ସ୍ୱାମୀ ବିବେକାନନ୍ଦ ଲୋକସଂସଦର ୨୯ ତମ ଇ-ପାଠଚକ୍ର
ସୋର : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବାଲେଶ୍ୱର ଶାଖା ପକ୍ଷରୁ ସ୍ୱାଧୀନତା ସଂଗ୍ରାମରେ ବାଲେଶ୍ୱରର ଭୂମିକା ଶୀର୍ଷକ ୨୯ ତମ ଆଭାସୀ ଇ-ପାଠଚକ୍ର ଗୌରୀପ୍ରସାଦ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ ମୁଖ୍ୟବକ୍ତା ଭାବେ ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟର ଇତିହାସ ବିଭାଗ ପ୍ରାଧ୍ୟାପକ ବିକ୍ରମ କେଶରୀ ମହାପାତ୍ର ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ବାଲେଶ୍ୱରର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ମନୀନ୍ଦ୍ର ଦୀକ୍ଷିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଲିଜା ଗିରି ପ୍ରାରମ୍ଭିକ ଶ୍ଳୋକ ପାଠ କରିଥିବା ବେଳେ ଶିକ୍ଷୟତ୍ରୀ ଜ୍ୟୋସ୍ନା ଜେନା ବିବେକବାଣୀ ପାଠ କରିଥିଲେ। ଡ.ବିଷ୍ନୁପଦୀ ଗିରି ଶାନ୍ତି ପାଠ କରିଥିଲେ। ଶେଷରେ ସଂସଦର ଉପସଭାପତି ହରେକୃଷ୍ଣ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସଂସଦର ସମ୍ପାଦକ ରାମଚନ୍ଦ୍ର ପୃଷ୍ଟି ପରିଚାଳନା କରିଥିବା ବେଳେ ରାଜବଲ୍ଲଭ ସାହୁ,ପ୍ରତାପ କୁମାର କର, ବିନୋଦ ବିହାରୀ ପଣ୍ଡା, ମମତା ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଙ୍ଗଠନିକ ଆଲୋଚନା ରାଜ୍ୟ ଉପସଭାପତି ପ୍ରଳୟ କୁମାର ନନ୍ଦ ଏବଂ ଶଙ୍କର୍ଷଣ ଶତପଥୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।