ବାଲେଶ୍ୱର : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ସବଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା ହେଲେ ପହଞ୍ଚିବା ପୂର୍ବରୁ ତାଙ୍କ ପ୍ରାଣବାୟୁ ଉଡିଯାଇଛି।
ମୃତ ବିଚାରାଧୀନ କଏଦୀଙ୍କ ଘର ଭଦ୍ରକ ଜିଲାର । ତାଙ୍କ ନାମ କମଳାକାନ୍ତ ବାରିକ ବୋଲି ଜେଲ ପକ୍ଷରୁ ଜଣାପଡିଛି । ସେ ୨ମାସ ପୂର୍ବରୁ କରୋନା ପାଇଁ ଭଦ୍ରକରୁ ସୋର ସବଜେଲକୁ ସ୍ଥାନାନ୍ତର ହୋଇଥିଲେ । ଅସୁସ୍ଥ ଅନୁଭବ କରିବାରୁ ମଙ୍ଗଳବାର ରାତି ଗୋଟାଏ ବେଳେ ତାଙ୍କୁ ସୋର ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ କଏଦୀଙ୍କ ବେକ ଓ ଆଖି ପତାରେ କ୍ଷତ ଚିହ୍ନ ରହିଛି l କଏଦୀ କମଳାକାନ୍ତଙ୍କ ମୃତ୍ୟୁରେ ସନ୍ଦେହ ପ୍ରକାଶ ପାଇଛି l ଗତ କିଛି ଦିନ ତଳେ ଉପ କାରାଗାରରେ ଜଣେ କଏଦୀର ମୃତ୍ୟୁ ହୋଇଥିଲା l ତେଣୁ ସୋର ଉପକାରାଗଗରେ କଏଦୀଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।