ଖାଦ୍ୟରେ ବିଷକ୍ରିୟା ସନ୍ଦେହ ! ମା’ ଓ ଦୁଇ ଶିଶୁପୁତ୍ର ମୃତ, ସ୍ୱାମୀ ଓ ଶାଶୁ ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଶେରଗଡ଼ ଶ୍ରୀରାମ ନଗରରେ ଅଭାବନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ୩ ମୃତ । ବନ୍ଦ ଘର ଭିତରୁ ଉଦ୍ଧାର ହେଲା ମୃତଦେହ। ମା’ ଓ ଦୁଇ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ତେବେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ କପରି ହେଲା କାରଣ ଅସ୍ପଷ୍ଟ ରହିଛି । ମୃତକ ସାବିତ୍ରୀ ବେହେରା ଓ ତାଙ୍କ ଦୁଇ ଶିଶୁ। ସାବିତ୍ରୀ ମହାତ୍ମାଗାନ୍ଧୀ ହାଇସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ତାଙ୍କ ସ୍ବାମୀ ଓ ଶାଶୁଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଶେରଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଆଜି ସକାଳେ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ସବିତା ଓ ତାଙ୍କ ପରିବାରର ସଦସ୍ୟଙ୍କୁ ଶେରଗଡ଼ ହସ୍ପିଟାଲ ନିଆଯାଇଥିଲା । ସେଠାରେ ସବିତା ଓ ତାଙ୍କ ଦୁଇ ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖାଦ୍ୟ ବିଷକ୍ରିୟା ଯୋଗୁଁ ଶିକ୍ଷୟିତ୍ରୀଙ୍କ ପରିବାର ଅସୁସ୍ଥ ହୋଇପଡିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଶେରଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।