ରୋହମାନଙ୍କ ସହ ୩ ବର୍ଷର ସମ୍ପର୍କ ଶେଷ କଲେ ସୁସ୍ମିତା ସେନ
ମୁମ୍ବାଇ : ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ ‘ଆର୍ୟ୍ୟା ୨’ରେ ତାଙ୍କ ଅଭିନୟକୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ବ୍ୟକ୍ତିଗତ ଜୀବନକୁ ନେଇ ସୁସ୍ମିତା ଆହୁରି ଅଧିକ ଚର୍ଚ୍ଚାରେ ଅଛନ୍ତି। ଆଜ୍ଞା ହଁ, ରୋହମାନ ଶଲଙ୍କ ସହ ୩ ବର୍ଷର ସମ୍ପର୍କକୁ ସୁସ୍ମିତା ଶେଷ କରି ଦେଇଛନ୍ତି। ସୁସ୍ମିତା ଇନଷ୍ଟାଗ୍ରାମରେ ରୋହମାନଙ୍କ ସହ ଫଟୋ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ସୁସ୍ମିତା ଲେଖିଛନ୍ତି ଯେ, ‘ଆମେ ବନ୍ଧୁତାରୁ ଆରମ୍ଭ କରିଥିଲୁ ଆଉ ବନ୍ଧୁ ହୋଇ ରହିବୁ। ସମ୍ପର୍କ ରହିଲାନି କିନ୍ତୁ ଭଲ ପାଇବା ରହିବ।’ ସୁସ୍ମିତା ସେନ ଓ ରୋହମାନ ଶଲଙ୍କ ବ୍ରେକଅପକୁ ନେଇ ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଆଉ ସନ୍ଧ୍ୟା ହେଉ ହେଉ ନିଜେ ସୁସ୍ମିତା ଏହି ଖବରକୁ ସୁନିଶ୍ଚିତ କରିଦେଲେ।
ସୂଚନା ଯେ, ରୋହମାନ ଦେଢ଼ ବର୍ଷ ହେବ ଲିଭ୍ ଇନ୍ରେ ସୁସ୍ମିତାଙ୍କ ଘରେ ରହୁଥିଲେ। ଆଉ ଏବେ ସୁସ୍ମିତାଙ୍କ ଘର ଛାଡ଼ି ରୋହମାନ ତାଙ୍କ ବନ୍ଧୁଙ୍କ ଘରକୁ ଚାଲି ଯାଇଛନ୍ତି। ହେଲେ ଦୁହିଁଙ୍କ ବ୍ରେକଅପ ପଛର କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଖାସ୍ କଥାଟି ହେଲା, ରୋହମାନ ବୟସରେ ସୁସ୍ମିତାଙ୍କଠାରୁ ୧୬ ବର୍ଷ ସାନ ଥିଲେ।