ସର୍ଭେ : ପ୍ରାଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀ ପ୍ରଥମ ପସନ୍ଦ, ବହୁ ଦୂରରେ ରାହୁଲ-କେଜ୍ରିୱାଲ୍

ନୂଆଦିଲ୍ଲୀ : ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନର ଏକ ବର୍ଷ ପରେ ଜନମାନସରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦର ଚେହେରା ହୋଇଛନ୍ତି। ଅନ୍ୟପଟରେ କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ବହୁତ ପଛରେ ଅଛନ୍ତି। ଚାରିଟି ରାଜ୍ୟ- ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ- ପୁଡୁଚେରୀରେ ଆଇଏଏଏନ୍ଏସ୍ ପକ୍ଷରୁ ସିଭୋଟର ଦ୍ୱାରା କରାଯାଇଥିବା ସର୍ଭେରେ ଜଣାଯାଇଛି, ଯେଉଁଠାରେ କି ୨୦୨୧ରେ ବିଧାନସଭା ନିର୍ବାଚନ ହୋଇଥିଲା।
ମୋଦୀ ଏହି ସବୁ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ, ଯେଉଁଠାରେକି ଗତବର୍ଷ ବିଧାନସଭା ନିର୍ବାଚନ ହୋଇଥିଲା। ମାତ୍ର ତାମିଲନାଡୁ ଓ କେରଳରେ ରାହୁଲ ଗାନ୍ଧୀଙ୍କୁ ଲୋକେ ପସନ୍ଦ କରୁଛନ୍ତି। ଏହି ୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପାଖାପାଖି ୧୨୦ଟି ଲୋକସଭା ଆସନ ରହିଛି ଏବଂ ଆସାମ, ପୁଡୁଚେରୀ ଓ ପଶ୍ଚିମବଙ୍ଗରେ ବିଜେପିର ବଳ ଅଧିକ ରହିଛି।
ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ସବୁଠାରୁ ଉପଯୁକ୍ତ ପ୍ରାର୍ଥୀ କିଏ ପଚରାଯିବାରୁ ଆସାମରେ ୪୩ ପ୍ରତିଶତ ଉତ୍ତରଦାତା ମୋଦୀଙ୍କୁ ସମର୍ଥନ କରିଛନ୍ତି। କେଜ୍ରିୱାଲଙ୍କୁ ୧୧.୬୨ ପ୍ରତିଶତ ଓ ରାହୁଲ ଗାନ୍ଧୀ ୧୦.୭ ପ୍ରତିଶତ ସମର୍ଥନ ଜଣାଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ କେରଳରୁ ସାଂସଦ ହୋଇଛନ୍ତି। କିନ୍ତୁ ସେଠାରେ ମୋଦୀଙ୍କୁ ୨୮ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କୁ ପସନ୍ଦ କରୁଛନ୍ତି। ରାହୁଲ ଗାନ୍ଧୀଙ୍କୁ ୨୦.୩୮ ପ୍ରତିଶତ ଓ କେଜ୍ରିୱାଲଙ୍କୁ ୮.୨୮ ପ୍ରତିଶତ ସମର୍ଥନ ମିଳିଛି।