କମ ବୟସର ଶିଶୁଙ୍କ ପାଠପଢ଼ା ନିଷ୍ପତ୍ତିକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଖୁବ କମ୍ ବୟସର ଶିଶୁଙ୍କ ପାଠପଢ଼ା ନିଷ୍ପତ୍ତିକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । କମ୍ ବୟସରୁ ଶିଶୁଙ୍କ ପାଠପଢା ଆରମ୍ଭ ହେବା କାରଣରୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । କମ ବୟସରୁ ପାଠପଢ଼ା ଆରମ୍ଭ କରିବା ଦ୍ୱାରା ଶିଶୁ ମାନଙ୍କର ବୌଦ୍ଧିକ ବିକାଶ ଠିକରେ ହୋଇନଥାଏ ।
ଆଜିକାଲି ଶିଶୁଙ୍କୁ ୨ ବର୍ଷ ହେଉଣୁ ସେମାନଙ୍କୁ ସ୍କୁଲ ପଠାଇବା ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି । ହେଲେ ଏହା ସେମାନଙ୍କ ମାନସିକ ସ୍ଥିତିକୁ ବିଶେଷ ଭାବେ ପ୍ରଭାବିତ କରୁଛି । ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ବୟସ ବୃଦ୍ଧିକୁ ବିରୋଧ କରି ଆଗତ ଏକ ଯାଚିକା ଉପରେ ବିଚାର କରି ସର୍ବୋଚ୍ଚ କୋର୍ଟ ଏଭଳି କହିଛନ୍ତି । ଜଷ୍ଟିସ୍ ସଞ୍ଜୟ କିଶାନ କୌଲ ଏବଂ ଏମ.ଏମ.ସୁଦର୍ଶନଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ । ପୂର୍ବରୁ ଆଡମିଶନ୍ ପାଇଁ ସର୍ବନିମ୍ନ ବୟସ ୫ବର୍ଷ ଥିବାବେଳେ ଏବେ ଏହାକୁ ୬ ବର୍ଷକୁ ପରିବର୍ତ୍ତନ ହୋଇଛି । । ୨୧ ଟି ରାଜ୍ୟ ଏହାକୁ ମାନି ନେଇଛି ।