ଚାଷୀଙ୍କ ରାସ୍ତା ଅବରୋଧକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ : ଆନ୍ଦୋଳନ କର, କିନ୍ତୁ ରାସ୍ତା ବନ୍ଦ କରନି
ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି କୃଷି ଆଇନ୍କୁ ବିରୋଧ କରି ଧାରଣାରେ ବସିଛନ୍ତି ଚାଷୀ । ଦିଲ୍ଲୀ ସୀମାରେ ଚାଷୀ ଅଡି ବସିଛନ୍ତି । ଚାଷୀଙ୍କ ରାସ୍ତା ଅବରୋଧକୁ ନେଇ ଏବେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚାଷୀଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ରାଜପଥ ଜାମ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଚାଷୀଙ୍କ ବିରୋଧ କରିବାର ଅଧିକାର ଅଛି କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇପାରିବ ନାହିଁ । ବିରୋଧୀ ଚାଷୀଙ୍କୁ ରାସ୍ତାରୁ ହଟାଇବାକୁ ନିବେଦନ ଉପରେ କୋର୍ଟ ସେମାନଙ୍କ ପ୍ରତିକ୍ରିୟା ଦାଖଲ କରିବାକୁ କହିଛନ୍ତି । ଦିଲ୍ଲୀ ସୀମାରୁ ଚାଷୀଙ୍କୁ ହଟାଇବା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ଡିସେମ୍ବର ୭ରେ ପରବର୍ତୀ ଶୁଣାଣି କରିବାକୁ ସ୍ଥିର କରିଛନ୍ତି । ରାସ୍ତାରୁ ହଟିବା ନେଇ ସୁପ୍ରିମକୋର୍ଟ କୃଷକ ସଂଗଠନଗୁଡ଼ିକୁ ସମୟ ଦେଇଛନ୍ତି ।
ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏସ୍କେ କୌଲ କହିଛନ୍ତି, ସଡକ ସଫା ହେବା ଉଚିତ । ଆମେ ବାରମ୍ବାର ଆଇନ ଗଠନ କରିପାରିବୁ ନାହିଁ । ତୁମର ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ତୁମେ ରାସ୍ତା ଅବରୋଧ କରିପାରିବ ନାହିଁ । ବର୍ତମାନ ଏହି ସମସ୍ୟାର ସମାଧାନ ଖୋଜିବାକୁ ପଡିବ । ଲୋକେ ପ୍ରତିଦିନ ସେହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରୁଛନ୍ତି । ତେଣୁ ରାସ୍ତା ଅବରୋଧ କରିବା ଦ୍ୱାରା ଅନେକ ଲୋକ ସମସ୍ୟା ଭୋଗୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବାସ୍ତବରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ନୋଏଡା ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ କରାଯିବାକୁ ଆବେଦନକାରୀ ଦାବି କରିଥିଲେ ଏବଂ ଏହି କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାକୁ ଖୋଲିବା ଉଚିତ୍ । ଗତ ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ବର୍ଷିଥିଲେ । ସେ କହିଥିଲେ ଯେ ବର୍ତମାନ ପର୍ଯ୍ୟନ୍ତ ରାସ୍ତା କାହିଁକି ବନ୍ଦ ରହିଛି ପ୍ରତିବାଦରେ କରିବା କୌଣସି କ୍ଷତି ନାହିଁ, କିନ୍ତୁ ରାସ୍ତା ଅବରୋଧ କରାଯିବା ଉଚିତ୍ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ ।