ଠକାମୀର ଶିକାର ହେଲେ ସନ୍ନି ଲିଓନ୍, ଟ୍ୱିଟ୍ କରି ଦେଲେ ସୂଚନା
ମୁମ୍ବାଇ: ଠକାମୀର ଶିକାର ହେଲେ ସନ୍ନି ଲିଓନ୍ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅଭିନେତ୍ରୀ । ବଲିଉଡ୍ର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ ଅନ୍ଲାଇନ୍ ଠକାମୀର ଶିକାର ହୋଇଛନ୍ତି । ତାଙ୍କ ଅଜଣାତରେ କେହି ପ୍ୟାନ୍ ନଂ ବ୍ୟବହାର କରି ୨ହଜାର ଟଙ୍କା ଋଣ ନେଇଥିଲେ । ଏଣୁ ତାଙ୍କ ସିବିଲ ସ୍କୋର ଖରାପ ହୋଇଯାଇଛି । ଏନେଇ ସେ ଟୁଇଟରରେ ସୂଚନା ଦେବା ସହ ଅଭିନେତ୍ରୀ ଧନୀ ଆପ୍ ବିରୋଧରେ ଅଭିଯୋଗ କରିଥିଲେ ।
ଏସବୁ ପରେ ମାମଲା ବେଶ ଭାଇରାଲ ହୋଇଥିଲା । କିଛି ସମୟ ଏଭଳି ଚାଲିବା ପରେ ସନ୍ନି ନିଜେ ଟ୍ୱିଟ୍ କୁ ଡିଲିଟ୍ କରି ଦେଇଥିଲେ । ହେଲେ ତାଙ୍କର ଅଭିଯୋଗ ପାଇ କମ୍ପାନୀ ସମସ୍ୟାର ସମାଧାନ କରିଛନ୍ତି । ଏହାପରେ ସନ୍ନି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।