ଗିରଫ ହେଲେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର

ସୁନ୍ଦରଗଡ଼ : ବନ୍ଧାହେଲେ ବିଶ୍ୱଜିତ ମହାପାତ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର ଗିରଫ । ବିଶ୍ୱଜିତ ମହାପାତ୍ରଙ୍କୁ ଆଜି ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ବିଶ୍ବଜିତଙ୍କ ସମ୍ପତି ତାଲିକା ପ୍ରକାଶ କରିଥିଲା ଭିଜିଲାନ୍ସ । ଦୁଇ ଦିନ ଧରି ୭ଟି ସ୍ଥାନରେ ଚାଲିଥିଲା ରେଡ୍ । ମାରାଥନ୍ ରେଡ୍ ବେଳେ ପୁଳା ପୁଳା ସମ୍ପତ୍ତି ଠାବ ହୋଇଥିଲା । ୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ ସହ ୩୨ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ, ୨କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍, ୨ଲକ୍ଷ ଟଙ୍କାର ଏନପିଏସ ଓ ୪୭୦ଗ୍ରାମ ସୁନା ମିଳିଛି ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ଭିଜିଲାନ୍ସର ଏହି ରେଡ୍ରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ଯେପରି କି ଏଡିଏମ୍ ନିଜ ଆୟ ଠାରୁ ଅଧିକ ଟଙ୍କା ରଖିଥିଲେ । ସେହିପରି ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର କୋଠା, ରସୁଲଗଡରେ ଫ୍ଲାଟ, କୋଟିଏରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା ଓ ୧୦ ଲଷ ୭୯ ହଜାରର ଇନସ୍ୟୁରାନସ ସହ ୩୫୦ ଗ୍ରାମ ସୁନା ଓ ବାଲିଅନ୍ତାରେ ଥିବା ସିମେଣ୍ଟ ଗୋଦାମ ଠାବ କରାଯାଇଛି । ଭୁବନେଶ୍ବର ଓ ଜଗତସିଂହପୁର ଜିଲ୍ଲାରେ ୧୦ଟି ପ୍ଳଟ ଠାବ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ବାସଭବନରୁ ୧୨୦ ଗ୍ରାମ ସୁନା ଜବତ ହୋଇଛି । ଏହାସହିତ ସୁନ୍ଦରଗଡ ଅଫିସ, ଭୁବନେଶ୍ୱର ବାଲିଅନ୍ତାରେ ଥିବା ଘର, ନୟାପଲ୍ଲୀରେ ଥିବା ଫ୍ଲାଟ, ଜଗତସିଂହପୁର ରଘୁନାଥପୁରରେ ଥିବା ପୈତୃକ ଘର, ମଣିଜଙ୍ଗାରେ ଥିବା ସମ୍ପର୍କୀୟ ଘର ଓ ରାଜଗାଙ୍ଗପୁର ଓସିଏଲ୍ କ୍ୟାମ୍ପସରେ ଥିବା ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା ।