ଶିବଶକ୍ତି ପଏଣ୍ଟରେ ଉଇଁଲା ସୂର୍ଯ୍ୟ, ପୁଣି ଆକ୍ଟିଭ ହେବ ଲ୍ୟାଣ୍ଡର ବ୍ରିକମ ଓ ରୋଭର ପ୍ରଜ୍ଞାନ
ନୂଆଦିଲ୍ଲୀ : ଚନ୍ଦ୍ରର ଦକ୍ଷିଣମେରୁରେ ସୂର୍ଯ୍ୟକିରଣ ପଡିବା ଆରମ୍ଭ ହୋଇଛି । ଗତ ୨୦ ତାରିଖରୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଧିରେ ଧିରେ ଦିନ ହେବାରେ ଲାଗିଛି । ସୂର୍ଯ୍ୟ କରିଣ ଚନ୍ଦ୍ରପୃଷ୍ଠରେ ସ୍ପଷ୍ଟ ପଡିବା ପରେ ପୁଣି ଲ୍ୟାଣ୍ଡର ଏବଂ ବିକ୍ରମ ଆକ୍ଟିଭ ହେବ ବୋଲି ଇସ୍ରୋ ଆଶାବାଦୀ ଅଛି ।
ରୋଭର ଓ ଲ୍ୟାଣ୍ଡର ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ ଉଇଁ ସାରିଲାଣି। ୧୪ ଦିନର ସ୍ଲିପ ମୋଡରେ ଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ସୋଲାର ପ୍ୟାନେଲଗୁଡିକ ଚାର୍ଜ ହୋଇପାରେ । ଚନ୍ଦ୍ରପୃଷ୍ଠରେ ରାତିର ତାପମାତ୍ରା ମାଇନସ ୧୨୦ରୁ ମାଇନସ ଦୁଇ ଶହ ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ବିକ୍ରମ ଓ ପ୍ରଜ୍ଞାନର ସମସ୍ତ ସେନସର କାର୍ଯ୍ୟକ୍ଷମ ହେବ କି ନାହିଁ ସେନେଇ ସନ୍ଦେହ ରହିଛି।
ସୂଚନା ଯେ, ଗତ ସେପ୍ଟେମ୍ବର ୪ତାରିଖରେ ଚନ୍ଦ୍ର ପୃଷ୍ଠରେ ରାତି ହେବା ପରେ ସ୍ଲିପ ମୋଡରେ ରହିଛି ବିକ୍ରମ ଓ ପ୍ରଜ୍ଞାନ। ଏବେ ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ କିରଣ ପଡ଼ିବା ପରେ ପୁଣି ଥରେ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ଅଧ୍ୟୟନ କରିବା ସମ୍ଭାବନା ରହିଛି। ବିକ୍ରମ ଓ ପ୍ରଜ୍ଞାନକୁ ଗୋଟିଏ ଚନ୍ଦ୍ରଦିନ କାର୍ଯ୍ୟ କରିବାକୁ ନିର୍ମାଣ କରାଯାଇଛି। ଯାହା ପୃଥିବୀର ପ୍ରାୟ ୧୪ଦିନ ସହ ସମାନ। ଯଦି ଆଜି (ସେପ୍ଟେମ୍ବର ୨୨)ରେ ସେମାନେ ନଉଠନ୍ତି, ତେବେ ଚିରଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ଲୁନାର ଆମ୍ବାସାଡର ଭାବେ ସେଠାରେ ଅବସ୍ଥାନ କରିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।