ରାଜ୍ୟରେ ଖରା ଛୁଟି ଘୋଷଣା : ଆସନ୍ତାକାଲି ଠାରୁ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ
ଭୁବନେଶ୍ୱର : ରାଜ୍ୟରେ ପ୍ରଖର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ପାଇଁ ଖରା ଛୁଟି ଘୋଷଣା । ପ୍ରଚଣ୍ଡ ରୌଦ୍ରତାପ ଦୃଷ୍ଟିରୁ ରାଜ୍ୟ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟବାସୀଙ୍କୁ କଲବଲ କରୁଛି ଖରାର ପ୍ରକୋପ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଠାରୁ ରାଜ୍ୟରେ ସମସ୍ତ ସରକାରୀ ଆଉ ବେସରକାରୀ ସ୍କୁଲ ବନ୍ଦ ହେଇ ଘୋଷଣା କରାଯାଇଛି । ତେବେ ଏହାପୂର୍ବରୁ ବଢୁଥିବା ତାତି ପାଇଁ ଦୁଇ ଦିନ ଛୁଟି ଘୋଷଣା ହେଇଥିଲା । ଯାହା ପରେ କାଲି ଠାରୁ ସ୍କୁଲ ଖୋଲି ଥାଆନ୍ତା । କିନ୍ତୁ ବଢୁଥିବା ଖରା ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।
ସୂଚନା ଯେ, ରାଜ୍ୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ରହିବ । ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ ସମସ୍ତ ଅଙ୍ଗନୱାଡି ମଧ୍ୟ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଏପ୍ରିଲ ୧୮ ରୁ ୨୦ ଏବଂ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ । ତେବେ ୧୭ ତାରିଖରୁ ବର୍ଷା ହେବାର ଆଶା କରାଯାଉଥିବାରୁ ସ୍କୁଲ ଖୋଲିଥିଲା କିନ୍ତୁ ରାଜ୍ୟରେ ଏଯାଏଁ ବର୍ଷା ଦେଖିବାକୁ ମିଳୁନାହିଁ । କିନ୍ତୁ ଗ୍ରୀଷ୍ମପ୍ରବାହ ବଢିବାରୁ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।