ଖରାଦିନିଆ ଘରସଜ୍ଜା
ଖରାଦିନେ ଗରମ ଦାଉରୁ ମଣିଷ ରକ୍ଷା ପାଇବାରୁ ଚାହେଁ । ସେତେବେଳେ ସେ ଖୋଜିବମସେ ଶୀତଳ ପରିବେଶ । ଘରର ଭିତର ଓ ବାହାର ଏପରି ତାତିଉଠେ ଯେ ଏହାକୁ ସହିବା ଅସମ୍ଭବ ହୋଇପଡ଼େ । ଆମେ ଗରମର ପ୍ରକୋପକୁ ସିନା କମେଇ ପାରିବା ନାହିଁ କିନ୍ତୁ ଚେଷ୍ଟା କଲେ କିଛି ମାତ୍ରାରେ ହାଲ୍କା ଅନୁଭବ କରିପାରିବା । ସେଥିପାଇଁ ଘର ପରିବେଶ, ଖାଦ୍ୟପେୟ ଓ ପୋଷାକପତ୍ରରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିବ । ଏପରି କରିବା ଦ୍ୱାରା ଆପଣ ମାନେ ଆଶ୍ୱସ୍ତ ହୋଇପାରିବେ ଓ ଫ୍ରେସ୍ ମଧ୍ୟ ଅନୁଭବ କରିବେ । ଏହାଦ୍ୱାରା ଆପଣଙ୍କ ଘରକୁ ଏକ ନୂଆ ଲୁକ୍ ଦେଇ ପାରିବେ ଓ ଗରମ ଦାଉରୁ କିଛିକାଂଶରେ ରକ୍ଷା ମଧ୍ୟ ପାଇପାରିବେ ।
- ପ୍ରଥମେ ଘରର ଚଟାଣରୁ ଆରମ୍ଭ କରନ୍ତୁ । ଡ୍ରଇଂ ରୁମ୍ରେ ହାଲ୍କା ସବୁଜ ରଙ୍ଗର କାର୍ପେଟ୍ ପକାଇପାରିବେ । ଘରର ସ୍ଥାନ ଅନୁଯାୟୀ ଆପଣ କାର୍ପେଟ୍ ବାଛନ୍ତୁ । କମ୍ ଖର୍ଚ୍ଚରେ ଡ୍ରଇଂ ରୁମ୍ ସୁନ୍ଦର ଦେଖାଯିବା ସହ ହାଲ୍କା ଫୁଲ୍କା ଲାଗିବ ।
- ପ୍ରକୃତିର ସବୁଠାରୁ ସୁନ୍ଦର ରଙ୍ଗ ହେଉଛି ସବୁଜ । କାନ୍ଥରେ ସବୁଜ ରଙ୍ଗ ଦେବା ଦ୍ୱାରା ଆପଣ ଅନୁଭବ କରିପାରିବେ ପ୍ରକୃତିର ସ୍ନିଗ୍ଧତା । କାନ୍ଥରେ ପ୍ରକୃତିର କିଛି ଫଟୋଚିତ୍ର, ଟେବୁଲ ଉପରେ ଫୁଲ ଓ ଶୋ’ ଗଛ ରଖିପାରିବେ ।
- ବେଡ୍ ରୁମ୍ ପାଇଁ ନିଜ ପସନ୍ଦର ରଙ୍ଗ ସହିତ ସବୁଜ ରଙ୍ଗ ମିଶାଇ ରଙ୍ଗୀନ୍ କରିପାରିବେ । ଘାସର ରଙ୍ଗ ଭଳି ସବୁଜ ରଙ୍ଗ ସହିତ ଧଳା ଓ ନୀଳରଙ୍ଗ ଦେଲେ ଘର ଅଧିକ ସୁନ୍ଦର ଦେଖାଯିବ । ଏହା ସହ ବେଡ୍ର ତକିଆ ଓ ବେଡ୍ସିଟ୍ ହାଲ୍କା ସବୁଜ ରଙ୍ଗର କରିପାରିବେ । ଦେଖିବେ ଆପଣଙ୍କ ବେଡ୍ ରୁମ୍ର ଲୁକ୍ ନିଶ୍ଚୟ ଅଲଗା ଲାଗିବ ।
ପଢିବା ପାଇଁ ଘରର ଶାନ୍ତ ଜାଗା ହିଁ ସବୁଠାରୁ ଭଲ । ପଢା ଘରେ ହାଲ୍କା ସବୁଜ ରଙ୍ଗ ଦିଅନ୍ତୁ । ଏହା ମସ୍ତିଷ୍କକୁ ଶାନ୍ତ ଓ ସୁସ୍ଥ ରଖିଥାଏ । ସବୁଜ କିମ୍ବା କୌଣସି ଗାଢ ରଙ୍ଗରେ ବହି ଥାକ ଓ ଫର୍ଣ୍ଣିଚର ସଜାନ୍ତୁ । - ଗାଢ ସବୁଜ ରଙ୍ଗରେ ରୋଷେଇ ଘର ଚମକି ଉଠିବ । ଏହା ସହ ହାଲ୍କା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଏହି ରଙ୍ଗ ରୋଷେଇ ଘରକୁ ଏକ ଫ୍ରେସ୍ ଲୁକ୍ ଦେଇପାରିବ।
- ବାଥ୍ରୁମ୍ ସବୁବେଳେ ଫ୍ରେସ୍ ରହିବା ଦରକାର । ତେଣୁ ବାଥ୍ରୁମ୍ ପାଇଁ ମଧ୍ୟ ସବୁଜ ରଙ୍ଗ ବ୍ୟବହାର କରିପାରିବେ । ଯଦି କାନ୍ଥର ରଙ୍ଗ ସବୁଜ ଦେଇନାହାନ୍ତି ତେବେ ବାଥ୍ରୁମ୍ର ଉପକରଣଗୁଡିକ ସବୁଜ ରଙ୍ଗ ରଖିବା ସହ ହାଲ୍କା ରଙ୍ଗର ଟାୱେଲ ବ୍ୟବହାର କରନ୍ତୁ ।
- ଘର ଭିତର ପରିବେଶକୁ ସୁସ୍ଥ ରଖିବା ପାଇଁ କୁଣ୍ଡମାନଙ୍କରେ ବିଭିନ୍ନ ପ୍ରକାର ମନିପ୍ଲାଣ୍ଟ କିମ୍ବା ଶୋ’ ଗଛ ରଖିପାରିବେ । ତେବେ ଏପରି ସ୍ଥାନରେ ରଖିବେ ଯେଉଁଠାରେ ଆପଣ ଗଛଗୁଡିକର ଉପଯୁକ୍ତ ଯତ୍ନ ନେଇପାରୁଥିବେ ।
- କମ୍ ଖର୍ଚ୍ଚରେ ଘର ସଜାଇବା ପାଇଁ ତକିଆ ଓ କୁସନ୍ ଭଲ ଉପକରଣ । ଗାଢ ଓ ହାଲ୍କା ରଙ୍ଗର ତକିଆ ବାଛନ୍ତୁ । ସବୁଜ ରଙ୍ଗରେ ୱାଲ୍ ଆର୍ଟ କିମ୍ବା ସବୁଜ ରଙ୍ଗର ଲାଇଟ୍ ଲଗାଇ ଘର ସଜାନ୍ତୁ ।
- ଘରେ ଥିବା ଚେୟାର ଓ ଡ୍ରୟାରରେ ସବୁଜ ରଙ୍ଗର ଫେବ୍ରିକ୍ ଦେଇପାରିବେ । ସବୁଜ ରଙ୍ଗରେ ସମସ୍ତ ପ୍ରକାର ଷ୍ଟାଇଲ୍ ଘରର ସୌନ୍ଦର୍ଯ୍ୟ ବଢାଇଥାଏ ।