ଗାଁ ଗାଁ ବୁଲି ମୟୂରଭଞ୍ଜକୁ ପୁଣିଥରେ ରାଜ୍ୟ କରିବା ଦାବିରେ ଲୋକଙ୍କୁ ଏକଜୁଟ କରୁଛନ୍ତି ସୁକୁଲାଲ
ବାରିପଦା : ମୟୂରଭଞ୍ଜ କୁ ପୁଣିଥରେ ରାଜ୍ୟ କରିବା ଦାବିରେ ବାରିପଦାରୁ ରାଷ୍ଟ୍ରପତି ଭବନ ଦିଲ୍ଲୀକୁ ପଦଯାତ୍ରା ସମ୍ପନ୍ନ କରି ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରି ଦିଲ୍ଲୀରୁ ଫେରିବା ପରେ ମୟୂରଭଞ୍ଜ ରାଜ୍ୟ ଦାବୀ ରେଚାଲିଥିବା ମାସାଆର୍ମୀର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ମୟୂରଭଞ୍ଜ ବାସୀଙ୍କୁ ଏକାଠି କରିବା ପାଇଁ ଗାଁ କୁ ଗାଁ ଯାଇ ଲୋକ ମାନଙ୍କୁ ସଚେତନ କରୁଥିବା ଅବସର ରେ ଆଜି ରାସଗବିନ୍ଦପୁର ବ୍ଲକ ଝାଟିଅଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାନାଳିଆ ଗ୍ରାମରେ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି କ୍ଷ ମୟୂରଭଞ୍ଜ ମାଟି ର ହକ ଓ ଅଧିକାର ପାଇଁ ଲଢେଇ କରୁଥିବାରୁ ଉକ୍ତ ଗ୍ରାମ ବାସୀଙ୍କ ପକ୍ଷରୁ ସୁକୁଲାଲ ମାରାଣ୍ଡିଙ୍କୁ ଓ ତାଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସହଯୋଗୀ ମାନଙ୍କୁ ମଧ୍ୟ ଗ୍ରାମ ବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା କ୍ଷ ଆଜିର କାର୍ଯ୍ୟକ୍ରମ ଗଜେନ୍ଦ୍ର ମୁର୍ମୁ,ବାସୁଦେବ ଟୁଡୁ,ଲକ୍ଷ୍ମଣ ହାଁସଦା,ସୁବଳ ମାରାଣ୍ଡି, ଶ୍ରୀନାଥ ଟୁଡୁ, ଲବ କୁମାର ମାରାଣ୍ଡି, ମହେନ୍ଦ୍ର ନାଥ ମାରାଣ୍ଡି,ସୂର୍ୟା ନାରାୟଣ ମୁର୍ମୁ,ଅନିଲ କୁମାର ହାଁସଦା,ବାହାଦୁର ସରେନ ପ୍ରମୁଖଙ୍କ ଦ୍ୱାରା ଆୟୋଜନ ହୋଇଥିବା ବେଳେ ମାସାଆର୍ମୀ ରାସଗବିନ୍ଦପୁର ବ୍ଲକ ସଭାପତି ଲକ୍ଷଣ ମୁର୍ମୁ କାର୍ଯ୍ୟ ପରିଚାଳନା କରିଥିଲେ I