ଭିନ୍ନକ୍ଷମଙ୍କୁ ସାଇକେଲ ଯୋଗାଇଦେଲେ ସମାଜସେବୀ ସୁକାନ୍ତ
କଟକ : ନିଜର ଜନ୍ମଦିନକୁ ସମାଜର ବିଭିନ୍ନ ବର୍ଗର ଲୋକେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରିଥାନ୍ତି । କିଏ ହୋଟେଲରେ ସାଙ୍ଗ ସାଥୀଙ୍କ ସହ ତ କିଏ ମନ୍ଦିରକୁ ଯାଇ ଜନ୍ମଦିନକୁ ପାଳନ କରିଥାନ୍ତି । ଚୌଦ୍ୱାର କଟକ କଂଗ୍ରେସର ଯୁବନେତା ତଥା ସମାଜସେବୀ ସୁକାନ୍ତ ସାହାଣୀ (କାଳୀ) ନିଜ ଜନ୍ମଦିନକୁ ନିରାଡମ୍ବର ଭାବେ ପାଳନ କରିବା ସହ ୪୨ନଂ ୱାର୍ଡ ଅନ୍ତର୍ଗତ ଚାଉଳିଆଗଞ୍ଜ ସ୍ଥିତ ମଦନ ମୋହନ ମାର୍କେଟରେ ଛୋଟ ପାନ ଦୋକାନ କରି ଗୁଜୁରାଣ ମେଟାଂଉଥିବା ଭିନ୍ନକ୍ଷମ ଶିବ ପ୍ରସାଦ ବେହେରାଙ୍କ ଯାତାୟତରେ ସମସ୍ୟା ହେଉଥିବାରୁ ତାଙ୍କୁ ଏକ ଭିନ୍ନକ୍ଷମ ତିନିଚକିଆ ସାଇକେଲ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି । ଏଥିସହିତ ନିଜର ଜନ୍ମ ଦିନକୁ ଅସହାୟ, ଅବହେଳିତ ଅବସ୍ଥାରେ ଥିବା ଲୋକମାନଙ୍କ ସଙ୍ଗେ ପାଳନ କରିବା ପାଇଁ ସମାଜସେବୀ ଶ୍ରୀ ସାହାଣୀ ଆଜିର ଯୁବପିଢ଼ୀଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମୀନା ସାହୁ, ବରିଷ୍ଠ ମୁରବୀ ବସନ୍ତ କୁମାର ସାହୁ, ସମାଜସେବୀ ଲକ୍ଷ୍ମୀଧର ସାହୁ, ମନୋଜ ସାହୁ, ଦୁଷ୍ମନ୍ତ ସାହୁ, ସମ୍ବିତ ସ୍ୱାଇଁ, ଜଗନ ସାହୁ, ରାଜେଶ ସାସମୋଲଙ୍କ ସମେତ ଚାଉଳିଆଗଞ୍ଜର ଅଂଚଳର ବହୁ ବାସିନ୍ଦାମାନେ ଉପସ୍ଥିତ ଥିଲେ ।