ସୁଜି-ବେସନ ଲଡ଼ୁ
ଆବଶ୍ୟକ ସାମଗ୍ରୀ:
୨କପ୍ ଲେଖାଏଁ ସୁଜି, ବେସନ ଓ ଚିନି, ୧ କପ୍ ଗୁଆଘିଅ, ୧୦୦ଗ୍ରାମ କାଜୁ ଓ କିସିମିସ୍ ଭଜା ୧ବଡ଼ ଚାମଚ କଣ୍ଡେନ୍ସ ମିଲ୍କ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ସୁଜି ଓ ବେସନକୁ ଅଲଗା ଅଲଗା କରି ଅଳ୍ପ ଭାଜନ୍ତୁ, ଯେପରି ପୋଡ଼ି ନଯାଏ । ଘିଅ ଗରମ କରି କାଜୁ, କିସ୍ମିସ୍ ଭାଜି ରଖନ୍ତୁ । ଚିନି, ଗୁଜୁରାତି, କାଜୁ ଓ କିସ୍ମିସକୁ ଗ୍ରାଇଣ୍ଡରରେ ଥରେ ପେଶି ରଖନ୍ତୁ । ଏବେ ସେଥିରେ କଣ୍ଡେନ୍ସ ମିଲ୍କ ଦିଅନ୍ତୁ । ଗରମ ଥିବା ଅବସ୍ଥାରେ ଏହାକୁ ଆଞ୍ଚରୁ ଓହ୍ଲାଇ ଆବଶ୍ୟକ ଆକାରରେ ଲଡ଼ୁ ତିଆରି କରନ୍ତୁ । କାରଣ ଥଣ୍ଡା ହୋଇଗଲେ ଏହା ଗୋଲ କରିହେବନାହିଁ ।