ସୁଭଦ୍ରା ଯୋଜନା : ପ୍ରତି ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର, ଜାଣନ୍ତୁ କେମିତି କରିବେ ଆବେଦନ ଓ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ
ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର । ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ସବୁ ପ୍ରତିଶ୍ରୁତି ଭିତରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ‘ସୁଭଦ୍ରା’ ଯୋଜନା । ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତିକରଣ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଏକ ନୂତନ ଯୋଜନା ହେଉଛି ‘ସୁଭଦ୍ରା’ ଯୋଜନା । ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କାର ଭାଉଚର ଯୋଗାଇ ଦିଆଯିବ । ୨ ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ । ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଓ ଏଥିପାଇଁ କେମିତି ଆବେଦନ କରିବେ ଆସନ୍ତୁ ଜାଣିବା ।
କେଉଁମାନେ ଆବେଦନ ପାଇଁ ଯୋଗ୍ୟ :
* ସୁଭଦ୍ରା ଯୋଜନା ପାଇଁ ଆବେଦନ କରୁଥିବା ମହିଳା ଓଡି଼ଶାର ମୂଳ ବାସିନ୍ଦା ହୋଇଥିବା ଆବଶ୍ୟକ
* କେବଳ ବିବାହିତା ମହିଳାମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ
* ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ
* ଆବେଦନକାରୀ ମହିଳା କୌଣସି ସରକାରୀ କ୍ଷେତ୍ରରେ ଚାକିରି କରିନଥିବେ
* ଅଙ୍ଗନୱାଡ଼ି କର୍ମୀ ମଧ୍ୟ ଏହି ଯୋଜନା ପାଇଁ ଆବେଦନ କରିପାରିବେ
ଆବେଦନ ପାଇଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ :
* ଆଧାର କାର୍ଡ୍ (Aadhar card)
* ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ (Bank Account)
* ଆୟ ପ୍ରମାଣପତ୍ର (Income Certificate)
* ଠିକଣା ପ୍ରମାଣପତ୍ର (Valid Address)
* ବୟସ ପ୍ରମାଣପତ୍ର (Age Proof)
* ବିବାହ ପ୍ରମାଣପତ୍ର (Marriage Certificate)
* ମୋବାଇଲ ନମ୍ବର (Phone Number)
* ପାସପୋର୍ଟ୍ ଫଟୋ (Passport Size photo)
* ରାସନ କାର୍ଡ (Ration Card)
କେଉଁ ସବୁ ସୁବିଧା ମିଳିବ :
ଆର୍ଥିକ ସହାୟତା : ପ୍ରତ୍ୟେକ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ୫୦,୦୦୦ ଟଙ୍କା ମୂଲ୍ୟର ଏକ ଭାଉଚର ଦିଆଯିବ । ଯାହାକି ୨ ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ ।
ଅର୍ଥନୈତିକ ସଶକ୍ତିକରଣ : ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା । ଏହି ଯୋଜନା ବିବାହିତ ମହିଳା, ବିଶେଷକରି ଯେଉଁମାନେ ସରକାରୀ ଚାକିରିରେ ନିୟୋଜିତ ନୁହଁନ୍ତି ସେମାନଙ୍କ ପାଇଁ ପ୍ରଜୁଯ୍ୟ ।
ତେବେ ଏହି ଯୋଜନାରେ କିପରି ଆବେଦନ କରାଯିବ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ନୋଟିଫିକେସନ ଆସିନାହିଁ । ୧୦୦ ଦିନ ଭିତରେ ନୋଟିଫିକେସନ ଆସିବ ଓ ଅନଲାଇନ ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି । ଏହା https://odisha.gov.in/ କିମ୍ବା Odisha government’s ଅଫିସିଆଲ ୱେବସାଇଟରେ ଉପଲବ୍ଧ ହୋଇପାରେ । ଏହି ସାଇଟକୁ ଯାଇ ଆପଣ ଆବେଦନ କରିପାରିବେ ।