ବାଲେଶ୍ୱର : ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା
ବାଲେଶ୍ୱର : ସୁବର୍ଣ୍ଣରେଖାର ନଦୀରେ ବଢୁଛି ପାଣି। ଫଳରେ ବନ୍ୟା ଆଶଙ୍କା । ବିଶେଷ ଭାବେ ପ୍ରଭାବିତ ହେବ ବାଲିଆପାଳ ବ୍ଲକର ୫ ପଞ୍ଚାୟତ ଓ ଭୋଗରାଇର ୫ଟି ପଞ୍ଚାୟତ । ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଫଳରେ ଗତ ୩୧ ତାରିଖ ଗଲୁଡିହି ବ୍ୟାରାଜର ୧୦ ଟି ଗେଟରୁ ଦୁଇ ମିଟର ଲେଖାଏଁ ଓ ଚାଣ୍ଡେଲି ଠାରେ ଗୋଟିଏ ଗେଟରେ ୩ ମିଟର ଖୋଲା ଯାଇଥିଲା । ଫଳରେ ଜଳେଶ୍ୱର ସ୍ଥିତ ରାଜଘଟ ଘାଟ ଠାରେ ବିପଦ ସଂକେତ ୧୦.୩୬ ଥିବାବେଳେ ସତର୍କ ସୂଚନା ୯.୪୫ ମିଟର ।
ତେବେ ସୋମବାର ସକାଳ ୭ଟା ସୁଦ୍ଧା ସତର୍କ ସଂକେତ ଟପି ବିପଦ ସଂକେତ ଟପି ୧୦.୪୫ମିଟର ପାଣି ପ୍ରଭାବିତ ହେଉଛି । ଯାହା ଫଳରେ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ଥିବା କୁଦମାନସିଂ, ସୂର୍ଯ୍ୟପୁର, ଗୁଣପୁର, ଆଠ ବଟିଆ, ସୁଙ୍ଗ ମୁହଁ, ବିଷ୍ଣୁପୁର, ଅସ୍ତି, ମଧୁପୁରାରେ ପାଣି ପଶି ରାସ୍ତା ଘାଟ ବୁଡିଯିବା ଦେଖିବାକୁ ମିଳିଛି। ଜଳେଶ୍ୱର ବ୍ଲକର ଛୋଟ ଖାନପୁର ଇତ୍ୟାଦି ଅଞ୍ଚଳ ପ୍ରଥମେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେହିପରି ବର୍ତ୍ତମାନ ସମୟରେ ତଳିଆ ଅଂଚଳ ବାଳିଆପାଳ, ଭୋଗରାଇ ବ୍ଲକର ୫୦ରୁ ଉର୍ଦ୍ଧ୍ୱ ଗାଁ ଓ ଚାଷ ଜମିରେ ପାଣି ମାଡି ଯାଇଥିବାରବେଳ ରାସ୍ତା ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି ।