ଏନଆଇଟିରେ ଛାତ୍ରଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଆରମ୍ଭ

ରାଉରକେଲା : ରାଉରକେଲା ସ୍ଥିତ ଏନଆଇଟିରେ ଛାତ୍ରଙ୍କ ଆତ୍ମହତ୍ୟା। ମୃତକ ଛାତ୍ର ହେଉଛନ୍ତି ଦେବମାଲ୍ୟ ରୟ କର୍ମଚାର। ସେ ତ୍ରିପୁରାର ବାସିନ୍ଦା।
ଦେବମାଲ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଞ୍ଜିନିୟରିଂରେ ବିଟେକର ଦ୍ଵିତୀୟ ବର୍ଷର ଛାତ୍ର । ଆଜି ସକାଳୁ ତାଙ୍କର ଅଭିଭାବକଙ୍କ ଫୋନ୍ ରିସିଭ ନକରିବାରୁ କଲେଜ କର୍ତ୍ତୃପକ୍ଷଙ୍କ ନଜରକୁ ଏହି ଘଟଣା ଆସିଥିଲା। ଏମଏସଏସ ହଲ୍ ଅଫ୍ ରେସିଡେନ୍ସରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ସେକ୍ଟର ୩ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।