ବଜ୍ରାଘାତ ଜନିତ ଆକସ୍ମିକ ମୃତ୍ୟ ହ୍ରାସ କରିବା ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ
ବାରିପଦା : ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଭିଡି଼ଓ କନଫରେନସ ମାଧ୍ୟମରେ ଜିଲ୍ଲା ରେ ଘଟୁଥିବା ଆକସ୍ମିକ ବଜ୍ରାଘାତ ଜନିତ ମୃତ୍ୟୁକୁ ହ୍ରାସ କରିବା ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି କ୍ଷ ଜିଲ୍ଲା ରେ ବଜ୍ରାଘାତ ଜନିତ ମୃତ୍ୟୁ ଅଧିକ ଘଟୁଥିବା ରୁ ଏହାକୁ ହ୍ରାସ କରିବା ଦିଗରେ ସମସ୍ତ ପ୍ରକାର ପ୍ରତିଶେଧାତ୍ମକ ପଦକ୍ଷେପ ନେବା ସହିତ ଏହାକୁ ଏକ ଚାଲେଞ୍ଜ ଭାବେ ନେଇ କାର୍ଯ୍ୟ କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ କ୍ଷ ବିଶେଷ କରି ଲୋକମାନଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ କ୍ଷ ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏହି ବିଜୁଳି ବା ଘଡଘଡି ସାଧାରଣତଃ ଦିନର ଦ୍ୱିତୀୟାର୍ଦ୍ଧ ରେ ହେଉଥିବା ରୁ ଏହି ସମୟ ରେ ବାହାର କୁ ନଯିବା ପାଇଁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ କ୍ଷ ପ୍ରାକ ସତର୍କତା ମୂଳକ ସାବଧାନତା ଅବଲମ୍ବନ ବିଷୟରେ ପୋଷ୍ଟର, ଲିଫଲେଟ, ଆକାଶବାଣୀ କେନ୍ଦ୍ର ଓ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରିପାରିଲେ ବଜ୍ରାଘାତ ଜନିତ ମୃତ୍ୟୁ ହାରକୁ କମାଇବା ରେ ଆମେ ସକ୍ଷମ ହୋଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହିତ ସ୍ଥାନୀୟ ଲୋକ ପ୍ରତିନିଧି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ବନସୁରକ୍ଷା ସମିତି ର କର୍ମ କର୍ତ୍ତା ତଥା ଆଦିବାସୀ ସମ୍ପ୍ରଦାୟ ର ପୂଜକ ଇତ୍ୟାଦି ସବୁ ବର୍ଗ ର ଲୋକମାନଙ୍କ ସହିତ ସମନ୍ୱୟ ରଖି ଲୋକଙ୍କୁ ଅଧିକ ରୁ ଅଧିକ ସଚେତନ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନଙ୍କୁ ନିର୍ଦେଶ ଦେଇଥିଲେ କ୍ଷ ବୈଠକ ରେ ଅତିରିକ୍ତ ଜିଲ୍ଲକ୍ଷପାଳ ରୁଦ୍ରନାରାୟଣ ମହାନ୍ତି, ଜ଼ିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦକାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡ଼କ୍ଟର ରୁପଭାନୁ ମିଶ୍ର ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ, ଉଦଳା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ,ବାରିପଦା ତହସିଲଦାର ବିକ୍ରମ କିଶୋର ପରିଡା, ବାରିପଦା ପୌରପାଳିକା ର ନିର୍ବାହୀ ଅଧିକାରୀ ରାଖାଲ ଚନ୍ଦ୍ର ପରିଡା ଓ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ I