ରାଜ୍ୟରେ ହସ୍ପିଟାଲ୍ ଆଡମିସନ ହାର କମ୍ ରହିଛି: ସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର : ଆମ ରାଜ୍ୟରେ ହସ୍ପିଟାଲ୍ ଆଡମିସନ ହାର କମ୍ ରହିଛି । ୨୦ ହଜାରରୁ ଅଧିକ ଆକ୍ଟିଭ କେସରୁ ମାତ୍ର ୧୯ ହଜାରରୁ ଅଧିକ ହୋମ ଆଇସୋଲେସନରେ ଅଛନ୍ତି । ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ଅପୱାର୍ଡ ଟ୍ରେଣ୍ଡରେ ରହିଛି । ରାଜ୍ୟ ସରକାରଙ୍କ କଟକଣା ଅନୁସାରେ ବିଭାଗ କାର୍ଯ୍ୟ କରୁଛି । ବିଭାଗ ତରଫରୁ ସର୍ଭେଲାନ୍ସ, ଟିକାକରଣ, ଟେଷ୍ଟିଂ, ଟ୍ରିଟମେଂଟ ଆଦି ଚାଲିଛି । ସଂକ୍ରମଣ କେବେ କମିବ, କହି ହେବନି । ତା ଉପରେ ବେଶୀ ଚିନ୍ତା କରିବାର ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ହସ୍ପିଟାଲ ବେଡ କ୍ଷମତା ମଧ୍ୟ ବଢ଼ାଯାଉଛି ।