ବଢ଼ିଲା ପତିତପାବନ ବାନା ଦର, ୩୦୦ ଟଙ୍କା ଦେଇ କିଣିବେ ଭକ୍ତ
ପୁରୀ : ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନାର ଦର ବୃଦ୍ଧି । ୧୦୦ ଟଙ୍କା ଲେଖାଏଁ ବଢ଼ିଛି ମୂଲ୍ୟ । ପୂର୍ବରୁ ୨୦୦ ଟଙ୍କା ଦେଇ ଭକ୍ତମାନେ କିଣୁଥିଲେ ନୀଳଚକ୍ରର ଉଲାଗି ବାନା । ବର୍ତ୍ତମାନ ଏହି ବାନାର ମୂଲ୍ୟ ୩୦୦ ଟଙ୍କା ଧାର୍ଯ୍ୟ ହୋଇଛି ।
ଦୀର୍ଘ ୧୦ ବର୍ଷ ପରେ ଏହି ବାନାର ମୂଲ୍ୟ ବୃଦ୍ଧି ପାଇଛି। ଅର୍ଥ ସବ୍କମିଟିର ନିଷ୍ପତ୍ତିକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ ଦେବାପରେ ଏହି ବର୍ଦ୍ଧିତ ଦର ଧାର୍ଯ୍ୟ ହୋଇଥିବା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି । ସେ କହିଛନ୍ତି ଯେ, ୧୪ ହାତର ଉଲାଗି ବାନା କିଣିବାକୁ ଭକ୍ତମାନଙ୍କୁ ପ୍ରଥମେ ୨୦୦ ଟଙ୍କା ଦେବାକୁ ହେଉଥିଲା । ଗତ ୧୦ ବର୍ଷ ଧରି ଏହି ଦର ଥିଲା । ହେଲେ ଗତ ଅର୍ଥ ସବ୍କମିଟି ବୈଠକରେ ବାନାର ଦର ସଂଶୋଧନ କରାଯାଇଥିଲା । ଏପ୍ରିଲ ୧ ତାରିଖ ଠାରୁ ଏହି ବର୍ଦ୍ଧିତ ଦର ଧାର୍ଯ୍ୟ ହୋଇଛି । ଏଣିକି ଏହି ବାନା କିଣିଲେ ଭକ୍ତଙ୍କୁ ୩୦୦ ତାଙ୍କ ଦେବାକୁ ପଡ଼ିବ ।