ଶ୍ରୀଲଙ୍କା ବାୟୁସେନାର ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ପାଇଲଟ ଓ ଜଣେ ଅଧିକାରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ବାୟୁସେନାର ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ଉଡାଣର କିଛି ସମୟ ମଧ୍ୟରେ ଶ୍ରୀଲଙ୍କାର ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ବିମାଦ ଦୁର୍ଘଟଣାରେ ପାଇଲଟଙ୍କ ସହିତ ଜଣେ ଅଧିକାରୀଙ୍କ ମୃତ୍ୟୁ । ଏନେଇ ବାୟୁ ସେନାର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି ।
ଏହି ବିମାନଟି ପାଇଲଟଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବହାର କରାଯାଉଥିଲା । ପିଟି-୬ ବିମାନ ତ୍ରିକୋମାଲୀ ବାୟୁସେନା ଷ୍ଟେସନରୁ ଉଡାଣ ଭରିବାର ସଙ୍ଗେ ସଙ୍ଗେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଚୀନ ନିର୍ମିତ ବିମାନକୁ ପରୀକ୍ଷଣ ପାଇଁ ଶ୍ରୀଲଙ୍କା ବାୟୁସେନା ଷ୍ଟେସନ ଚାଇନା ବେକୁ ନିଆଯାଇଥିଲା । ସକାଳ ସମୟରେ ଏହା ଉଡାଣ ଭରିଥିବା ବେଳେ ମାତ୍ର ୨ ମିନିଟ ଭିତରେ ଦୁର୍ଘଟଣାର ଶିକାର ହୋଇଥିଲା । ଜଣେ ପାଇଲଟ ଏବଂ ଜଣେ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଶ୍ରୀଲଙ୍କା ବାୟୁସେନା ଦ୍ୱାରା ଯାଞ୍ଚ ଆରମ୍ଭ ହୋଇଛି ।