ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଝଟକା, ଡୋପ ଟେଷ୍ଟରେ ବିଫଳ
ନୂଆଦିଲ୍ଲୀ : ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଝଟକା । ନିଷିଦ୍ଧ ନିଶା ସାମଗ୍ରୀ ସେବନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡୋପ ଟେଷ୍ଟ ପଜିଟିଭ ଆସିଲା ପରେ ଓ୍ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି – ଡବ୍ଲୁଏଡିଏ ଦୂତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଦୂତିଚାନ୍ଦଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯାଇଛି ।
Asian Games medallist Dutee Chand tests positive in "Adverse Analytical Finding, suspended for using a prohibited substance.
— ANI (@ANI) January 18, 2023
Her 'A' sample has tested positive. The next step will likely be an appeal by the sprinter and a test of her 'B' sample.
(File photo) pic.twitter.com/PIQChA6Vzv
ଡୋପ୍ ଟେଷ୍ଟରେ ଅଲମ୍ପିଆନ୍ ଦୂତି ଚାନ୍ଦ ବିଫଳ । ଟେଷ୍ଟରେ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଖବର ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ସୂଚନା ମିଳିଛି । ତେବେ ଡୋପ୍ ଟେଷ୍ଟରେ ପଜିଟିଭ୍ ଆସିଛି । ନିଷିଦ୍ଧ ସାମଗ୍ରୀ ସେବନ କରିଥିବା ଟେଷ୍ଟରୁ ଜଣାପଡ଼ିଛି । ଏହାପରେ ଦୂତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶଙ୍କା କରାଯାଉଛି । ତାଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯିବ ବୋଲି ସୂଚନା ମିଳିଛି ।