ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭା ବହୁ ପ୍ରତିଭା ସୃଷ୍ଟି କରିବ ସୁଯୋଗ ମିଳିଲେ ପୁଣିଥରେ ବିରିପଟା ଆସିବି – ରାଜ୍ୟପାଳ
ଯାଜପୁର : ଆମ ରାଜ୍ୟବାସୀ ଓଡିଶା ଜଗନ୍ନାଥ ସଂସ୍କୃତିର ପୂଜକ । ମୁଁ ତ ଜାଣିନଥିଲି ଯେଉଁଠିକି ଆସିଛି ସେ ସ୍ଥାନର ବାସିନ୍ଦା ମଧ୍ୟ ଜଗନ୍ନାଥ ପ୍ରେମୀ । ଏଠାରେ ପହଂଚି ନିଜକୁ ବେଶ ଆନନ୍ଦିତ ମନେ କରୁଛି । ସୁଯୋଗ ମିଳିଲେ ନିଶ୍ଚିତ ଭାବେ ପୁଣିଥରେ ଏ ସ୍ଥାନକୁ ଆସିବାକୁ ଇଚ୍ଛାକରିବି । ଏଭଳି କଛି ହୃଦୟସ୍ପର୍ଶି ବକ୍ତବ୍ୟ ରଖିଥିଲେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟା ପଡିଆରେ ଅନୁଷ୍ଠୀତ ମନ୍ମଥ ମେମୋରିଆଲ ଆନ୍ତରାଜ୍ୟ ଭଳି ବଲ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଗ୍ରାମାଞ୍ଚଳରେ ଏଭଳି ଖେଳ ପ୍ରତିଯୋଗିତା ଆୟୋଜନକୁ ରାଜ୍ୟପାଳ ଶ୍ରୀଯୁକ୍ତ ଲାଲ ଭୂୟସି ପ୍ରଶଂସା କରିବା ସହିତ ଏହି ପ୍ରତିଯୋଗିତା ମାଧ୍ୟମରେ ବହୁ ଲୁକାଇତ ପ୍ରତିଭା ଲୋକ ଲୋଚନକୁ ଆସିବେ ବୋଲି ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଉପସ୍ଥିତ ଥିବା ରାଜସ୍ୱ ଓ ବିର୍ପଜ୍ଜୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିରିପଟା ଭଳି ଗ୍ରାମାଞ୍ଚଳରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାରୁ ରାଜ୍ୟପାଳ ଶ୍ରୀଯୁକ୍ତ ଲାଲଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟତମ ଅତିଥି କନ୍ଧମାଳ ସାଂସଦ ତଥା ସର୍ବଭାରତୀୟ ଭଳିବଲ ଫେଡେରେସନର ସଭାପତି ଡ଼ ଅଚ୍ଚ୍ୟୁତ ସାମନ୍ତ ରାଜ୍ୟପାଳ ଶ୍ରୀଯୁକ୍ତ ଲାଲଙ୍କୁ ଜଣେ ଜଗନ୍ନାଥ ପ୍ରେମି ଏବଂ ଓଡିଶାକୁ ଭଲ ପାଉଥିବା ବ୍ୟକ୍ତିଭାବେ ବର୍ଣ୍ଣନା କରିବା ସହିତ ମାତ୍ର ୨ ଦିନ ମଧ୍ୟରେ ବିରିପଟା ଆସିବାକୁ ସମ୍ମତି ଜଣାଇଥିବାରୁ କୃତଜ୍ଞତା ଜଣାଇଥିଲେ । ସେହିପରି ଦୈାଡ଼ରାଣୀ ଦୂତି ଚାନ୍ଦ ପାଠପଢା ସହିତ କ୍ରିଡା ସମସ୍ତଙ୍କ ଜବନର ଏକ ପ୍ରମୁଖ ଅଂଶ ବିଶେଷ ବୋଲି ମତ ରଖିଥିଲେ । ରାଜ୍ୟପାଳ ପୁଲିସ ସୁରକ୍ଷାବଳୟରେ ଖେଳପଡିଆ ନିକଟରେ ପହଂଚିବା କ୍ଷଣି ତାଙ୍କୁ ଜିଲ୍ଲା ଆରକ୍ଷିବାହିନୀ ପକ୍ଷରୁ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା । ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସାଂସଦ ଅଚ୍ଚ୍ୟୁତ ସାମନ୍ତ, ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପୁରୋଧା ବିଜୟ ଧଳ,ଜିଲ୍ଲା ଆରକ୍ଷି ଅଧିକ୍ଷକ ଭିନିତ ଅଗ୍ରୱାଲ ପ୍ରମୁଖ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନ ପ୍ରଦର୍ଶନ କରିବା ସହିତ ମଂଚ ଉପରକୁ ପାଛୋଟି ନେଇଥିଲେ । ବିଜୟ ଧଳଙ୍କ ସଂଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ରାଜ୍ୟପାଳ ଶ୍ରୀଯୁକ୍ତ ଲାଲ ଜଗନ୍ନ୍ାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୟଳନ ଏବଂ ପୁଷ୍ପ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟପାଳ ଶ୍ରୀଯୁକ୍ତ ଲାଲଙ୍କୁ ମା ବୀରଜାଙ୍କ ଫଟୋ ଚିତ୍ର ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ଅନୁଷ୍ଠିତ ଏକ ଦିବସୀୟ ଅନ୍ତରାଜ୍ୟ ଭଳିବଲ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଫିତାକାଟି ଉଦ୍ଘାଟନ କରିଥିବା ବେଳେ ଜିଏସଟି କମୀଶନର ପ୍ରକାଶ କୁମାର ବେହେରା, ପଂଚାୟତ ସମିତି ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ, ତହସିଲଦାର ଅବିନାଶ ବିଶ୍ୱଜିତ ସେଠି ପ୍ରମୁଖ ଯୋଗ ଦେଇଥିଲେ ।