ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ, ଦେଖନ୍ତୁ ପୁରା ତାଲିକା
ଭୁବନେଶ୍ୱର : ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା ସମୟରେ ପୁରୀକୁ ଏବଂ ପୁରୀ ଠାରୁ ୨୦୫ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି । କୋଭିଡ ୧୯ ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷରୁ ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥିବାରୁ ଚଳିତ ବର୍ଷ ପୁରୀରେ ବହୁ ତୀର୍ଥଯାତ୍ରୀ ଏକାଠି ହେବେ ବୋଲି ରେଲୱେ ଆକଳନ କରୁଛି । ଏହା ବ୍ୟତୀତ ପୂର୍ବ ତଟ ରେଳପଥ ପଡୋଶୀ ରାଜ୍ୟଗୁଡିକର ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ପୁରୀକୁ ଆସୁଥିବା ଏବଂ ପୁରୀ ଠାରୁ ଛାଡୁଥିବା ଅନେକ ବିଶେଷ ଟ୍ରେନଗୁଡିକରେ ତୀର୍ଥଯାତ୍ରୀମାନଙ୍କୁ ସଂରକ୍ଷିତ କ୍ଲାସ୍ ଯାତ୍ରା ସୁବିଧା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି । ୦୨୮୩୭/୦୨୮୩୮ ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରୀ ସ୍ପେଶାଲ ଏକ୍ସପ୍ରେସ ଶାଲିମାର ଠାରୁ ୨୯.୦୬.୨୦୨୨ ଅପରାହ୍ନ ୧୨ଘ.୪୫ମି.ରେ ଛାଡି ସେହିଦିନ ରାତ୍ରି ୧୦ଘ.୩୦ମି.ରେ ପୁରୀରେ ପହଂଚିବ । ଫେରିବା ମାର୍ଗରେ ଏହା ୩୦.୦୬.୨୦୨୨ ସକାଳ ୦୫ଘ.୩୦ମି.ରେ ପୁରୀ ଛାଡିବ । ଏହି ଟ୍ରେନରେ ଦୁଇଟି ଏସି ଚେୟାର କାର, ୧୨ ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର, ଦୁଇଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ଉପଲବ୍ଧ ।
ଆଉ ଏକ ବିଶେଷ ଟ୍ରେନ ୦୨୮୨୭/୦୦୨୮୨୮ ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ ୨୯.୦୬.୨୦୨୨ ରାତ୍ରି ୯ଘ.୪୦ମି.ରେ ଛାଡି ୩୦.୦୬.୨୦୨୨ ସକାଳ ୦୭ଘଟିକାରେ ପୁରୀରେ ପହଂଚିବ । ଫେରିବା ମାର୍ଗରେ ଏହା ୩୦.୦୬.୨୦୨୨ ରାତ୍ରି ୧୧ଘ.୦୫ମି.ରେ ପୁରୀରୁ ଛାଡିବ । ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି -୩ ଟାୟାର, ୧୧ ଟି ସ୍ଲିପର କ୍ଲାସ, ଛଅଟି ସେକେଣ୍ଡ କ୍ଲାସ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ ଉପଲବ୍ଧ ।
୦୮୯୦୭/୦୮୯୦୮ ବିଶାଖାପାଟନମ୍-ପୁରୀ- ବିଶାଖାପାଟନମ୍ ରଥ ଯାତ୍ରା ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୩୦.୦୬.୨୦୨୨ ଅପରାହ୍ନ ୨ଘ.୩୦ମି.ରେ ଛାଡି ରାତ୍ରି ୧ଘ.୧୫ମି.ରେ (୦୧.୦୭.୨୦୧୨) ପୁରୀରେ ପହଂଚିବ । ଫେରିବା ମାର୍ଗରେ ଏହା ୦୧.୦୭.୨୦୨୨ ରାତ୍ରି ୧୧ଘ.୧୫ମି.ରେ ପୁରୀରୁ ଛାଡିବ । ଏହି ଟ୍ରେନରେ ଗୋଟିଏ ଏସି -୩ ଟାୟାର, ଛଅଟି ସ୍ଲିପର୍ କ୍ଲାସ୍, ତିନିଟି ଜେନେରାଲ୍ ଦ୍ୱିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ଅଛି । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ ।
୦୮୯୧୧/୦୮୯୧୨ ଜୁନାଗଡ଼ ରୋଡ଼-ପୁରୀ- ଜୁନାଗଡ଼ ରୋଡ଼ ରଥ ଯାତ୍ରା ସ୍ପେଶାଲ୍ ଏକ୍ସପ୍ରେସ୍ ଭାୟା ସମ୍ବଲପୁର ଏବଂ ତାଳଚେର ରୋଡ୍ ଜୁନାଗଡ଼ ରୋଡ଼ ଠାରୁ ୩୦.୦୬.୨୦୨୨ ପୂର୍ବାହ୍ନ ୧୧ ଘଟିକାରେ । ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ ୦୨.୦୭.୨୦୨୨ ମଧ୍ୟ ରାତ୍ରି ୧୨ଘ.୧୫ମି.ରେ (୦୧.୦୭.୨୦୨୨ ର ମଧ୍ୟରାତ୍ରି) ରେ ଛାଡିବ । ଏଥିରେ ଗୋଟିଏ ଏସି-୨ ଟାୟାର, ପାଂଚଟି ଏସି -୩ ଟାୟାର, ନଅଟି ସ୍ଲିପର୍ କ୍ଲାସ୍, ଚାରିଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ୦୨ ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି ।
୦୮୪୧୮/୦୮୪୧୭ ଗୁଣୁପୁର-ପୁରୀ-ଗୁଣୁପୁର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ ୩୦.୦୬.୨୦୨୨ ରେ ଗୁଣୁପୁର ଠାରୁ ରାତ୍ରି ୧୧ଘ.୩୦ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ ୦୨.୦୭.୨୦୨୨ ରାତ୍ରି ୦୧ଘ.୪୫ମି.ରେ (୦୧.୦୭.୨୦୨୨ ର ମଧ୍ୟରାତ୍ରି) ରେ ଛାଡି ଗୁଣୁପୁର ଯାତ୍ରା କରିବ । ଏହି ଟ୍ରେନ ରେ ଗୋଟିଏ ଏସି -୩ ଟାୟାର, ୦୬ ଟି ସ୍ଲିପର୍ କ୍ଲାସ୍ କୋଚ୍ ଏବଂ ୦୩ ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ୦୨ ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ ।
୦୮୯୦୯/୦୮୯୧୦ ଜଗଦଳପୁର-ପୁରୀ-ଜଗଦଳପୁର ରଥ ଯାତ୍ରା ବିଶେଷ ଟ୍ରେନ ଭାୟା ବିଜୟନଗରମ ଓ ରାୟଗଡା; ଜଗଦଳପୁର ଠାରୁ ୩୦.୦୬.୨୦୨୨ ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବ । ଫେରିବା ମାର୍ଗରେ ଏହା ୦୧.୦୭.୨୦୨୨ ରାତ୍ରି ୮ଘ.୦୫ମି.ରେ ପୁରୀ ଛାଡିବ । ଏହି ଟ୍ରେନରେ ଗୋଟିଏ ଇଉ-୩ ଟାୟାର, ୦୯ ସ୍ଲିପର୍ କ୍ଲାସ୍, ୦୪ ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ୦୨ ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ ।
୦୨୮୯୧/୦୨୮୧୦ ଭୁବନେଶ୍ୱର-ପୁରୀ- ଭୁବନେଶ୍ୱର ରଥ ଯାତ୍ରା ସ୍ପେଶାଲ ୧ ଜୁଲାଇ ଠାରୁ ୧୧ ଜୁଲାଇ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ ୧୦ଘ.୦୫ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହା ଅପରାହ୍ନ ୩ଘ.୧୦ମି.ରେ ଛାଡିବ ।
୦୮୯୩୧/୦୮୯୩୨ ସମ୍ବଲପୁର-ପୁରୀ-ସମ୍ବଲପୁର ରଥ ଯାତ୍ରାର ସ୍ୱତନ୍ତ୍ର ଟ୍ରେନ ଭାୟା ନରାଜ ମାର୍ଥାପୁର ଏବଂ ତାଳଚେର ରୋଡ୍ ସମ୍ବଲପୁର ଠାରୁ ୩୦.୦୬.୨୦୨୨ ରାତ୍ରି ୯ଘ.୩୦ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ ୦୧.୦୭.୨୦୨୨ ରାତ୍ରି ୮ଘ.୨୫ମି.ରେ ଛାଡିବ । ଏହି ଟ୍ରେନରେ ଗୋଟିଏ ଇଉ-୩ ଟାୟାର, ୦୨ ସ୍ଲିପର୍ କ୍ଲାସ୍, ୧୦ ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ୦୨ ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି ।
ଏହା ବ୍ୟତୀତ ଗୁଣ୍ଡିଚା ଯାତ୍ରା (୦୧.୦୭.୨୦୨୨) ଦିନ ପାରାଦୀପ, କଟକ, ମହିପୁର, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ସ୍ଥାନ ମାନଙ୍କ ଠାରୁ ପୁରୀକୁ ୧୦ ଯୋଡି ଟ୍ରେନ୍ (୨୦ ଟି ଟ୍ରିପ୍) ରାଜ୍ୟର ବିଭିନ୍ନ ସ୍ଥାନରୁ ଯାତାୟାତ କରିବ । ସେହିଭଳି, ସାନ୍ଧ୍ୟା ଦର୍ଶନ ପାଇଁ ଅର୍ଥାତ ୮ ଜୁଲାଇ, ୨୦୨୨ ରେ ୭ ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ ୩ ଯୋଡ଼ା ଏବଂ ଖୋର୍ଦ୍ଧା ରୋଡରୁ ୪ ଯୋଡ଼ା) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ ।
ଏହା ବ୍ୟତୀତ, ୦୮୯୩୩/୦୮୯୩୪ ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୦୮.୦୭.୨୦୨୨ ଅପରାହ୍ନ ୨ଘ.୩୦ମି.ରେ ଛାଡି ପୁରୀ ଆଡକୁ ଯିବ । ଫେରିବା ମାର୍ଗରେ, ଏହି ଟ୍ରେନ୍ ପୁରୀଠାରୁ ୦୯.୦୭.୨୦୨୨ ରାତ୍ରି ୮ଘ.୨୫ମି.ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ ।
୦୮୯୩୭/୦୮୯୩୮ ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍ ଜୁନାଗଡ ରୋଡ଼ ଠାରୁ ୦୮.୦୭.୨୦୨୨ ପୂର୍ବାହ୍ନ ୧୧ଘଟିକାରେ ଛାଡି ପୁରୀ ଯିବ । ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ ୦୯.୦୭.୨୦୨୨ ସନ୍ଧ୍ୟା ୭ଘଟିକାରେ ଛାଡି ଜୁନାଗଡ ରୋଡ୍ ଯାତ୍ରା କରିବ ।
୦୮୯୪୫/୦୮୯୪୬ ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ ୦୮.୦୭.୨୦୨୨ ରାତ୍ରି ୯ଘ.୩୦ମିରେ ଛାଡି ପୁରୀ ଯିବ । ଫେରିବା ମାର୍ଗରେ ଏହା ୦୯.୦୭.୨୦୨୨ ରାତ୍ରି ୧୧ଘ.୧୫ମିରେ ପୁରୀ ଠାରୁ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।
୦୮୯୪୧/୦୮୯୪୨ ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍ ଗୁଣୁପୁର ଠାରୁ ୦୯.୦୭.୨୦୨୨ ଭୋର ୩ଘ.୧୫ମିରେ ଛାଡି ପୁରୀ ଆଡକୁ ଯିବ । ଫେରିବା ମାର୍ଗରେ ଏହା ପୁରୀକୁଠାରୁ ୦୯.୦୭.୨୦୨୨ ରାତ୍ରି ୮ଘ.୪୦ମି.ରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ ।
୯ ଜୁଲାଇ, ୨୦୨୨ ବାହୁଡା ଯାତ୍ରାରେପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ ୧୦ ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ ।
ସୁନାବେଶ ଦିବସରେ, ୧୦ ଜୁଲାଇ, ୨୦୨୨ ରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ ୧୧ ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ ।
୦୮୯୭୧/୦୮୯୭୨ ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେସିଆଲ୍ ୧୦.୦୭.୨୦୨୨ ଦିନ ଜୁନାଗଡ ରୋଡ୍ ଠାରୁ ଭୋର ୫ଘ.୩୦ମି.ରେ ଛାଡି ପୁରୀ ଯାତ୍ରା କରିବ । ଫେରିବ ମାର୍ଗରେ ଏହା ୧୧.୦୭.୨୦୨୨ ଦିନ ପୁରୀ ଠାରୁ ୦୦୧୫ ଘଂଟାରେ (୧୦.୦୭.୨୦୨୨ ମଧ୍ୟରାତ୍ରି) ଜୁନାଗଡ ରୋଡ୍ ଅଭିମୁଖେ ଯାତ୍ରା କରିବ ।
୦୮୯୫୭/୦୮୯୫୮ ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ ୧୦.୦୭.୨୦୨୨ ଭୋର ୦୪ଘ.୩୦ମି.ରେ ଗୁଣୁପୁର ଠାରୁ ଛାଡି ପୁରୀ ଆଡକୁ ଯିବ । ଫେରିବ ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ ୧୦.୦୭.୨୦୨୨ ରାତ୍ରି ୮ଘଟିକାରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ ।
୦୮୯୭୯/୦୮୯୮୦ ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ ୧୦.୦୭.୨୦୨୨ ସକାଳ ୮ ଘଟିକାରେ ଛାଡି ପୁରୀ ଯାତ୍ରା କରିବ । ଫେରିବ ମାର୍ଗରେ ଏହି ଟ୍ରେନ ପୁରୀ ଠାରୁ ୧୧.୦୭.୨୦୨୨ ରାତ୍ରି ୨ଘଟିକାରେ (୧୦.୦୭.୨୦୨୨ ମଧ୍ୟ ରାତ୍ରି) ରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।
୦୮୯୭୫/୦୮୯୭୬ ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୧୦.୦୭.୨୦୨୨ ସକାଳ ୬ଘ.୩୦ମି.ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ । ଫେରିବ ଦିଗରେ ଏହି ଟ୍ରେନ୍ ପୁରୀ ଠାରୁ ୧୧.୦୭.୨୦୨୨ ରାତ୍ରି ୧ଘଟିକାରେ (୧୦.୦୭.୨୦୨୨ ମଧ୍ୟ ରାତ୍ରି) ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ ।
ସୁନାବେଶ ପରଦିନ ଅର୍ଥାତ ୧୧ ଜୁଲାଇ, ୨୦୨୨ ରେ ୬ ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ୟନ୍ତ ଚାଲିବ । ୦୮୯୮୩ ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ ୧୧.୦୭.୨୦୨୨ ମଧ୍ୟାହ୍ନ ୧୨ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।
ଜୁଲାଇ ୨ ରୁ ୭ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ତିନି ଯୋଡା ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ କରିବାକୁ ଥିବାବେଳେ ଦୁଇଯୋଡ଼ା ମହିପୁର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ । ଯାତ୍ରୀ / ଭକ୍ତ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଥ ଯାତ୍ରା ଅବଧି ମଧ୍ୟରେ ଆହୁରି ବିଶେଷ ଟ୍ରେନ ଚଳାଚଳ କରାଇବାପାଇଁ ପୂର୍ବତଟ ରେଳପଥ ମଧ୍ୟ ଯୋଜନା କରିଛି ।