ଆଜିଠୁ ସ୍ପେଶାଲ ଓଜେଇଇ, ଓଡ଼ିଶାର ୨୮ଟି ସହରରେ ୩୮ କେନ୍ଦ୍ରରେ ହେବ ପରୀକ୍ଷା
ଭୁବନେଶ୍ୱର : ଆଜିଠୁ ସ୍ପେଶାଲ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ପରୀକ୍ଷା ହେବ । ଏହି ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡ଼ରେ ୪ଟି ଶିଫ୍ଟରେ ଆୟୋଜନ କରାଯିବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ, ଯାହାକି ସନ୍ଧ୍ୟା ୫ ଟାରେ ସରିବ । ସ୍ପେସାଲ ଓଜେଇଇରେ ମୋଟ ୨୮,୬୨୦ ଜଣ ପରୀକ୍ଷାର୍ଥୀ ଦେବେ । ଏହି ପରୀକ୍ଷା ଓଡ଼ିଶାର ୨୮ଟି ସହରରେ ୩୮ କେନ୍ଦ୍ରରେ ଅନୁଷ୍ଠିତ ହେବ । କୋଲକାତା, ରାଂଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର ରହିବ । ଆଡମିଟ୍ କାର୍ଡଗୁଡ଼ିକର ଡାଉନଲୋଡ୍ ଆଜି କରିପାରିବେ ପରୀକ୍ଷାର୍ଥୀ । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓଜେଇଇ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।
ସେପ୍ଟେମ୍ବର ୩ରେ ଏମବିଏ ପରୀକ୍ଷା ପାଇଁ ସକାଳ ୯ରୁ ୧୦, ୧୧.୩୦ରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଏଲଇ-ଟେକ-ଡିପ୍ଲୋମା ପାଇଁ ଅପରାହ୍ଣ ୨ରୁ ୩ଟା, ୪.୩୦ରୁ ୫ଟା ପର୍ଯ୍ୟନ୍ତ ଚାଲିବ । ସେପ୍େଟମ୍ବର ୪ ତାରିଖରେ ବି.ଟେକ ପରୀକ୍ଷା ସକାଳ ୯ରୁ ୧୦, ୧୧.୩୦ରୁ ୧୨ଟା, ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ସେପ୍େଟମ୍ବର ୭ ତାରିଖ ପୂର୍ବାହ୍ନ ୯ଟାରୁ ୧୦ଟା ଫାର୍ମ, ୧୧ଟାରୁ ୧୨.୩୦ ପର୍ଯ୍ୟନ୍ତ ବି.ଫାର୍ମ ସହିତ ଏମ.ଟେକର ସମସ୍ତ ବିଷୟର ପରୀକ୍ଷା ହେବ । ଏମ.ଆର୍କିଟେକ ସହିତ ଏମ.ଫାର୍ମ ପରୀକ୍ଷା ଅପରାହ୍ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ ବୋଲି ଓଜେଇଇ ଚେୟାରମ୍ୟାନ ସୂଚନା ଦେଇଛନ୍ତି । ପରୀକ୍ଷା ସୂଚୀର ସମସ୍ତ ତଥ୍ୟ ପାଇଁ ଛାତ୍ରଛାତ୍ରୀମାନେ ଓଜେଇର ୱେବସାଇଟ ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭ/ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦଷବହରର.ମକ୍ଟଜ୍ଞ କୁ ଯାଇ ଦେଖିପାରିବେ ।