ଆଜିଠୁ ସ୍ପେଶାଲ ଡ୍ରାଇଭ
ଭୁବନେଶ୍ୱର : ଆହୁରି କଡା ହେବ କରୋନା କଟକଣା । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବାକୁ ଆଜିଠୁ ସମଗ୍ର ରାଜ୍ୟରେ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍ । ମାସ୍କ ଓ ସାମାଜିକ ଦୂରତା କଡାକଡି ସହ ସଚେଚନ ମଧ୍ୟ କରାଯିବ ।
ରାଜ୍ୟରେ ବିଗୁଡୁଥିବା କରୋନାର ସ୍ଥିତି ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍ ଆଜିଠୁ ଆରମ୍ଭ ପାଇଁ ପୋଲିସ ଡିଜିଙ୍କ ଟ୍ବିଟ୍ କରି କହିଛନ୍ତି । ତେବେ ଆଜିଠୁ ପୋଲିସର ୧୦ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବ । ୧୬ ତାରିଖ ଯାଏଁ ଏହି ସ୍ପେଶାଲ ଡ୍ରାଇଭ ଚାଲିବ । କୋଭିଡ୍ ଗାଇଡ୍ଲାଇନ୍ ପାଳନ ନେଇ ତଦାରଖ କରିବ ପୋଲିସ । ସମସ୍ତଙ୍କୁ ନିୟମ ମାନିବାକୁ ପୋଲିସ ଡିଜି ଅନୁରୋଧ କରିଛନ୍ତି । ପଡୋଶୀ ରାଜ୍ୟରୁ ସଂକ୍ରମଣ ବଢୁଥିବାରୁ ପଶ୍ଚିମ ଓଡିଶା ଫୋକସରେ ରହିଛି । ଏହି ସ୍ପେଶାଲ ଡ୍ରାଇଭ ଚଲାଇବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ନିୟମକୁ କଡାକଡି ପାଳନ ପାଇଁ ରାଜ୍ୟରେ ଅଧିକ ପୋଲିସ ମୁତୟନ କରି ୧୦ ଦିନ ବ୍ୟାପି ସମଗ୍ର ରାଜ୍ୟରେ ସ୍ପେସାଲ ଡ୍ରାଇଭ ଚଲାଇବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ଓ ସାନିଟାଇଜର ବ୍ୟବହାର ନେଇ ସଚେତନ କରାଯିବ । ଆବଶ୍ୟକ ପଡିଲେ କଡା ପଦକ୍ଷେପ ନିଆଯିବ ।