ସଇତାନ ପୁଅର ନାରକୀୟ କାଣ୍ଡ ! ଭତ୍ତା ଟଙ୍କା ପାଇଁ ମା’କୁ ହତ୍ୟା
ସିଂଲା : ସଇତାନ ପୁଅର ନାରକୀୟ କାଣ୍ଡ । ଭତ୍ତା ଟଙ୍କା ନଦେବାରୁ ବୃଦ୍ଧା ମା’କୁ କଟୁରୀରେ ନିର୍ମମ ହତ୍ୟା । ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।
ସୂଚନା ଯେ, ଏହି ଗ୍ରାମର ଅଯୋଧ୍ୟା ମଣ୍ଡଳଙ୍କ ସ୍ତ୍ରୀ ସାବିତ୍ରୀ ମଣ୍ଡଳ(୭୫) ସ୍ୱାମୀଙ୍କ ମୃତ୍ୟୁ ପରେ ଭିକ୍ଷାବୃତ୍ତି କରି ଏକୁଟିଆ ଚଳୁଥିଲେ । ତାଙ୍କର ୩ ଜଣ ପୁଅ ରହିଥିଲେ ମଧ୍ୟ ସମସ୍ତେ ଅଲଗା ହୋଇ ରହୁଛନ୍ତି । ମାତ୍ର ବଡ଼ ପୁଅ ଅଜୟ ବୃଦ୍ଧା ମା’ ଭିକ୍ଷାବୃତ୍ତିରୁ ପାଉଥିବା ପଇସା ଏବଂ ଭତ୍ତା ଟଙ୍କା ଉପରେ ସବୁବେଳେ ନଜର । ଏହି ଟଙ୍କା ନେବା ପାଇଁ ସବୁବେଳେ ମଦ୍ୟପାନ କରି ବୃଦ୍ଧା ମା’ଙ୍କୁ ପିଟାମରା କରି ଆସୁଥିଲେ । ତେବେ ଗତ ରବିବାର ସନ୍ଧ୍ୟା ସମୟରେ ଅଜୟ ମଦ୍ୟପାନ କରି ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଆସି ବୃଦ୍ଧା ସାବିତ୍ରୀଙ୍କୁ ଭତ୍ତା ଟଙ୍କା ଦେବା ପାଇଁ ଜିଦ୍ କରିଥିଲେ । ମାତ୍ର ବୃଦ୍ଧା ଜଣକ ଭତ୍ତା ଟଙ୍କା ଦେବାକୁ ମନା କରିବାରୁ ସେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ବୃଦ୍ଧାଙ୍କ ଚିତ୍କାର ଶୁଣି ସାନ ପୁଅ ସଞ୍ଜୟର ସ୍ତ୍ରୀ ସଞ୍ଜୁରାଣୀ ପହଞ୍ôଚ ହତ୍ୟାକାରୀ ଅଜୟଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ କରୁଛି । ଏନେଇ ସାର୍ଥା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ସଞ୍ଜୁରାଣୀ । ପରେ ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହିତ ଘଟଣାସ୍ଥଳରେ ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲି, ବାଲିଆପାଳ ଥାନାଧିକାରୀ ସୁବ୍ରତ କୁମାର ବେହେରା ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ôଚ ତଦନ୍ତ କରୁଛନ୍ତି । ଏନେଇ ସିଂଲା ଥାନାରେ ମାମଲା (ନଂ.୨/୨୩) ରୁଜୁ କରାଯାଇଛି ।