ଦିବ୍ୟାଙ୍ଗ କାରିଗର ବିମଳଙ୍କୁ ସମାଜସେବୀଙ୍କ ସହାୟତା
ନୀଳଗିରି : ମାନବ ସେବା ହିଁ ମାଧବ ସେବା ଉଦ୍ଦେଶ୍ୟରେ ଜଣେ ଦିବ୍ୟାଙ୍ଗ କାରିଗରଙ୍କୁ ସହାୟତା ପ୍ରଦାନକୁ ନେଇ ଅଞ୍ଚଳବାସୀ ପକ୍ଷରୁ ପ୍ରୟାସ ଜାରୀ ରହିଥିବା ବେଳେ ବୁଧବାର ପୂର୍ବାହ୍ନରେ ଦିବ୍ୟାଙ୍ଗ ବିମଳଙ୍କୁ ସମାଜସେବୀ ଅମୂଲ୍ୟଙ୍କ ସହାୟତା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଜିଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଜୁରିଆପାଟଣା ଗ୍ରାମର।
ଗତ ୨୦୧୧ରେ ବିମଳ ପଥର ମୂର୍ତ୍ତି କାମ କରିବାକୁ ବାହାର ରାଜ୍ୟକୁ ଯାଇଥିଲେ। ତାଙ୍କୁ ବଉଳଗଡ଼ିଆ ଗାଁର ଜୈନିକ ଠିକାଦାର ନେଇ ଏକ ଜୈନ ମନ୍ଦିରରେ କାମ କରାଉଥିଲେ। ମନ୍ଦିର କାମ କଲା ବେଳେ ସେ ହଠାତ ତଳକୁ ଖସିପଡିଥିଲେ। ଫଳରେ ତାଙ୍କର ମେରୁଦଣ୍ଡରେ ଆଘାତ ଲାଗିବାରୁ ସେବେ ଠାରୁ ସେ ଚାଲିବାକୁ ଅକ୍ଷମ ହୋଇଥିବା ବେଳେ ଉନ୍ନତ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ସାରିଥିଲା । ବିମଲଙ୍କର ଏପରି ଅବସ୍ଥା ଜାଣିବା ପରେ ନୀଳଗିରି ଅଞ୍ଚଳର ଉତ୍କଳମଣି ସଂଗଠନର ମୁଖ୍ୟ ତଥା ଯୁବ ସମାଜସେବୀ ଇଞ୍ଜିନିୟର ଅମୂଲ୍ୟ କୁମାର ଜେନା ବିମଳଙ୍କୁ ତାଙ୍କ ଘୋରେ ଭେଟି ଦୁଃଖ ଶୁଣିବା ସହ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିଛନ୍ତି। ଆଗକୁ ମଧ୍ୟ ଅଧିକ ଚିକିତ୍ସା ପାଇଁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ ମଧ୍ୟ କୋରନା ସମୟରେ ଅବହେଳିତ, ନିଷ୍ପେସିତ, ଦୁଖୀ ଦରିଦ୍ରଙ୍କୁ ସାହାଯ୍ୟ ଓ ସହାୟତାର ହାତ ବଢ଼େଇ ମାନବିକତାର ପରିଚୟ ଦେଇଛନ୍ତି ଅମୂଲ୍ୟ। ଏନେଇ ଖୁସି ବ୍ୟକ୍ତ କରିଛନ୍ତି ଦିବ୍ୟାଙ୍ଗ ଯୁବକ ବିମଳ ଓ ଅଞ୍ଚଳବାସୀ।