ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଡାଉନ : ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ଅଚଳ
ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଡାଉନ। ସୋମବାର ରାତି ପ୍ରାୟ ୯.୧୫ ମିନିଟରେ ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ସର୍ଭର ଡାଉନ ହୋଇଥିବା ଜଣାପଡ଼ିଛି । ଫଳରେ ନାହିଁ ନଥିବା ସମସ୍ୟାର ସାମ୍ନା କରିଛନ୍ତି ୟୁଜର। ତେବେ କେଉଁ କାରଣ ପାଇଁ ଏହି ସେବା ବନ୍ଦ ହୋଇ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ଡାଉନ୍ ହେବା ନେଇ ବ୍ୟବହାରକାରୀମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି । କେହି ବି ବ୍ୟବହାରକାରୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିନପାରିବା ସହିତ ମେସେଜ ମଧ୍ୟ ପଠାଇ ପାରୁନାହାନ୍ତି । ଏ ନେଇ ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି ଓ ଖୁବ୍ ଶୀଘ୍ର ସେବା ଜାରି କରାଯିବାକୁ ଉଦ୍ୟମ ଚାଲିଛି ବୋଲି କୁହାଯାଇଛି।
WhatsApp suffered outage, users are not able to send and receive new messages for nearly 10 minutes.
— ANI (@ANI) October 4, 2021
Facebook, Instagram, WhatsApp hit by the outage, reports AFP News Agency quoting tracker
— ANI (@ANI) October 4, 2021
"We’re aware that some people are experiencing issues with WhatsApp at the moment. We’re working to get things back to normal and will send an update here as soon as possible," says WhatsApp. pic.twitter.com/KJRybRzzpg
— ANI (@ANI) October 4, 2021
ଏନେଇ ଖବର ପ୍ରସାରିତ ହେବା ପରେ ଫେସବୁକ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି, ଫେସବୁକ୍ ଏକ ବିବୃତ୍ତିରେ କହିଛି, କିଛି ଲୋକେ ଆମ ଆପ୍ସ ଓ ପ୍ରଡକ୍ଟ ବ୍ୟବହାର କରିବାରେ ସମସ୍ୟାର ସାମ୍ନା କରୁଥିବା ଆମେ ଜାଣିବାକୁ ପାଇଲୁ। ଖୁବଶୀଘ୍ର କିପରି ସବୁକିଛି ପୂର୍ବାବସ୍ଥାକୁ ଫେରିଆସିବ, ସେ ନେଇ ଆମେ କାମ ଚଳାଇଛୁ। ବ୍ୟାଘାତ ପହଞ୍ଚିଥିବାରୁ ଆମେ ଦୁଃଖିତ। ସନ୍ଧ୍ୟା ବେଳେ ୟୁଜର ଯେତେବେଳେ ଫେସବୁକ୍ ଓପନ୍ କଲେ, ସେତେବେଳେ କେବଳ ବଫରିଂ ହୋଇଥିଲା। ସେହିପରି ଇନଷ୍ଟାଗ୍ରାମ ଉପରେ ରିଫ୍ରେଶ୍ କରିବା ପରେ ‘କୁଡ୍ ନଟ୍ ରିଫ୍ରେସ୍ ଫିଡ୍’ର ମେସେଜ୍ ଆସୁଛି। ଏହାକୁ ନେଇ ଟ୍ୱିଟରରେ #instagramdown ଏବଂ #whatsappdown ହାଶଟ୍ୟାଗ୍ ଟ୍ରେଣ୍ଡ କରୁଛି। କୁହାଯାଉଛି ଯେ ଭାରତ ସମେତ କିଛି ଦେଶରେ ଲୋକଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏହି କାରଣରୁ ଟ୍ୱିଟରରେ ମଧ୍ୟ ଲୋକେ ଲଗାତର ଅଭିଯୋଗ କରୁଛନ୍ତି। ଖବର ଲେଖା ହେଲା ବେଳକୁ ତିନୋଟି ଯାକ ସୋଶାଲ ମିଡିଆ ପ୍ଲାଟଫର୍ମରେ ‘ଏରର’ ଦେଖିବାକୁ ମିଳିଛି। ହ୍ୱାଟ୍ସଆପରେ ଯେଉଁଠି ମେଜେସ୍ ପଠାଇବା ସମସ୍ୟା ଉପୁଜୁଛି, ଅନ୍ୟପଟେ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ ଦେଖିବା କିମ୍ବା ପୋଷ୍ଟ କରିବାରେ ସମସ୍ୟା ହେଉଛି। ଏହା ବ୍ୟତୀତ ଫେସବୁକ୍ ପେଜ୍ ମଧ୍ୟ ଲୋଡ୍ ନେଉନାହିଁ। ୱେବ ସର୍ଭିସକୁ downdetector.inରେ ଅନେକ ଉପଭୋକ୍ତାଙ୍କ ଠାରୁ ଅଭିଯୋଗ ଆସିଛି। ସମସ୍ତ ତିନୋଟି ସେବା ଅଧ ଘଣ୍ଟାରୁ ଅଧିକ ସମୟ ପାଇଁ ଡାଉନ୍ ଅଛି। ଭାରତରେ ଫେସବୁକର ୪୧୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି ଏବଂ ଏହାର ହ୍ୱାଟ୍ସଆପ୍ ମେସେଞ୍ଜର ୫୩୦ ମିଲିୟନ ଉପଭୋକ୍ତା ଅଛନ୍ତି। ଯାହା ଦେଶକୁ ଏହାର ସବୁଠାରୁ ବଡ଼ ବଜାର ଭାବରେ ବିବେଚନା କରୁଛି। ଇନଷ୍ଟାଗ୍ରାମରେ ଭାରତରେ ୨୧୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି।