ପ୍ରିକସନ ଡୋଜ ପାଇଁ ଖୋଲିଲା ସ୍ଲଟ୍; ଅପରାହ୍ନ ୩ରୁ ୬ଟା ଯାଏଁ ଟିକାକରଣ

ଆସନ୍ତାକାଲି ଠୁ କୋୱିନ ଆପରେ କରିପାରିବେ ପଞ୍ଜିକରଣ
ଭୁବନେଶ୍ୱର: କରୋନା ଟିକାର ପ୍ରିକସନ ଡୋଜ ପାଇଁ ସ୍ଲଟ ଖୋଲିଛି । କୋ-ୱିନ ମାଧ୍ୟମରେ ପଞ୍ଜିକରଣ କରିବାକୁ ଏହି ସ୍ଲଟ ଖୋଲିଛି । ଆସନ୍ତାକାଲିଠୁ କୋ-ୱିନ ଆପରେ ପଞ୍ଜିକରଣ କରିହେବ । ଆଜିଠୁ ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ ପ୍ରିକସନ ଡୋଜ । ଏହି ଟିକା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦିଆଯିବ । ଦ୍ୱିତୀୟ ଡୋଜ ଓ ପ୍ରିକସନ ଡୋଜ ମଧ୍ୟରେ ୯ ମାସର ବ୍ୟବଧାନ ଜରୁରୀ । ପ୍ରିକସନ ଡୋଜ ପାଇଁ ଦ୍ୱିତୀୟ ଡୋଜ ସାର୍ଟିଫିକେଟ ଆବଶ୍ୟକ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ଦେଶରେ ପୁଣି ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଉଛନ୍ତି ସରକାର । କଟକଣା ପୁଣି ବଢିଥିବା ବେଳେ । ଏବେ ପ୍ରିକସନ ଡୋଜକୁ ଗୁରୁତ୍ୱ ଦିଆଯାଉଛି । ତେବେ ପ୍ରାଥମିକ ଭାବେ ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯିବ ।