ଆଜିଠୁ ‘ବି’ ବର୍ଗ ଜିଲାରେ ଡ୍ରାଇଭିଂ ଲାଇସେନ୍ସ ସ୍କିଲ୍ ପରୀକ୍ଷା ପାଇଁ ସ୍ଲଟ୍ ବୁକିଂ
ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ସ୍କିଲ୍ ପରୀକ୍ଷା ଦେବାକୁ ଚାହୁଁଥିବା ‘ବି’ ବର୍ଗ ଜିଲାର ବାସିନ୍ଦାମାନେ ଜୁଲାଇ ୧୦ ତାରିଖ ୧୧ ଟା ଠାରୁ ସ୍ଲଟ୍ ବୁକିଂ କରିପାରିବେ। ତଥାପି ରବିବାର ଠାରୁ ପୁରୀର ଲୋକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ନାହିଁ । ଏକ ବିଜ୍ଞପ୍ତିରେ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରକାଶ କରିଛି ଯେ ପୁରୀ ଜିଲାର ବାସିନ୍ଦା ଜୁଲାଇ ୧୩ ତାରିଖ ୧୧ଟା ଠାରୁ ଡ୍ରାଇଭିଂ ଲାଇସେନ୍ସ ସ୍କିଲ୍ ଟେଷ୍ଟ ସ୍ଲଟ୍ ବୁକ୍ କରିପାରିବେ।
ଜୁଲାଇ ୧୧ରୁ ପ୍ରତିଦିନ ୭ ଟା ରୁ ୧୦ ଚଗ ବୁକିଂ ପାଇଁ ଟେଷ୍ଟ ସ୍ଲଟ୍ ଖୋଲାଯିବ ।ପୁର୍ବରୁ ପଞ୍ଜିକୃତ ଆବେଦନକାରୀମାନେ କେବଳ ସ୍କିଲ୍ ଟେଷ୍ଟ ପାଇଁ ସ୍ଲଟ୍ ବୁକ୍ କରିପାରିବେ । ତେବେ ଏହା ସହ ପୁନଃସ୍ଥାପନ ସହିତ ନବୀକରଣକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି । ପୁରୀ ବ୍ୟତୀତ ‘ବି’ ବର୍ଗର ଅଞ୍ଚଳ ପାଇଁ ଊଖ ସ୍କିଲ୍ ପରୀକ୍ଷା ଜୁଲାଇ ୧୩, ୨୦୨୧ ରୁ ଆରମ୍ଭ ହେବ ବୋଲି ପ୍ରକାଶ କରିଛି। ପୁରୀରେ ସ୍କିଲ୍ ଟେଷ୍ଟ ଜୁଲାଇ ୧୪, ୨୦୨୧ ରୁ ଆରମ୍ଭ ହେବ। ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡା, ମୟୂରଭଞ୍ଜ, ନୟାଗଡ଼ ଏବଂ ପୁରୀରେ ‘ବି’ ବର୍ଗ ଜିଲ୍ଲାଗୁଡ଼ିକରେ ସ୍କିଲ୍ ଟେଷ୍ଟ ପୁଣି ଆରମ୍ଭ ହେବ। ତେବେ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଅନୁଯାୟୀ କଣ୍ଟେଣ୍ଟମେଣ୍ଟ ଜୋନରୁ ଆବେଦନକାରୀଙ୍କୁ କୌଣସି ପରୀକ୍ଷା ପାଇଁ ଅନୁମତି ଦିଆଯିବ ନାହିଁ ।