ସିମୁଳିଆ ବ୍ଲକସ୍ତରୀୟ ମତ୍ସ୍ୟ ପ୍ରଶିକ୍ଷଣ ଶିବିର; ବୈଜ୍ଞାନିକ ପଦ୍ଧତିରେ ତାଲିମ ନେଲେ ୧୨ ମହିଳା
ସିମୁଳିଆ : ସିମୁଳିଆ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ମାଧ୍ୟମରେ ସ୍ୱାବଲମ୍ବୀ ହେବା ସହିତ ଆର୍ôଥକ ମାନଦଣ୍ଡ ଅଭିବୃଦ୍ଧି ଓ ବିଭିନ୍ନ ଖାଉଟିମାନଙ୍କୁ ପ୍ରୋଟିନ୍ ଯୋଗାଇଦେବା ପାଇଁ ବୁଧବାର ଜିଲା ମତ୍ସ୍ୟ ବିଭାଗ ଦ୍ୱାରା ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।
ସିମୁଳିଆ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରିଣୀ (ଏଏଫ୍ଓ) ସ୍ୱୟଂପ୍ରଭା ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମାଛ ଚାଷ କରୁଥିବା ବିଭିନ୍ନ ୬ଟି ଏସ୍ଏଚ୍ଜି ଗୃପର ୧୨ଜଣ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ମହିଳାମାନଙ୍କୁ ପଞ୍ଚାୟତ ପୋଖରୀରେ ଉନ୍ନତ ପ୍ରଣାଳୀରେ ମାଛ ଚାଷ, ସରକାରଙ୍କ ମତ୍ସ୍ୟ ପୋଖରୀ ଯୋଜନାର ବିଭିନ୍ନ ଦୀଗ, ମତ୍ସ୍ୟ ସମ୍ପଦ ବିକାଶ, ରୋଗ ନିରାକରଣ ଇତ୍ୟାଦି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ସିମୁଳିଆ ପ୍ରାଣୀ ସମ୍ପଦ ବିଭାକର ଡାକ୍ତର ସୁନୀଲ କୁମାର ଦିକ୍ଷୀତ ପୋଖରୀରେ ମାଛ ଚାଷ ଓ ହୁଡ଼ାରେ ଗୋ-ପାଳନ, କୁକୁଡ଼ା, ବତକ, ପନିପରିବା ଇତ୍ୟାଦି ମିଶ୍ରିତ ଚାଷ କରି ଲାଭବାନ ହେବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମତ୍ସ୍ୟ ସହ-ଅଧିକାରୀ କାର୍ତ୍ତିକ ଚନ୍ଦ୍ର ମହାନ୍ତି, ସିଡ଼ିପିଓ ଭାରତୀ ତ୍ରିପାଠୀ, ବିପିସି ରଶ୍ମିତା ଘଡ଼ିଆ, ମାନସ ରଞ୍ଜନ ବେହେରା ପ୍ରମୁଖ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ମହିଳା ମାନଙ୍କୁ ପ୍ଲାଙ୍କଟନ କିଟ୍ ସମେତ ବିଭିନ୍ନ ସୂଚନା ପୁସ୍ତିକା ପ୍ରଦାନ କରାଯାଇଥିଲା । ମହିଳା ମାଛ ଚାଷୀ ପୁଷ୍ପାଞ୍ଜଳୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।