ସିମୁଳିଆ : ବ୍ଲକସ୍ତରୀୟ ମତ୍ସ୍ୟ ଚାଷ ଓ ଯୋଜନା ସଚେତନତା ଶିବିର
ସିମୁଳିଆ : ଦୈନନ୍ଦିନ ଖାଦ୍ୟ ତାଲିକାରେ ପ୍ରୋଟିନ୍ର ଭରଣା ସହିତ ମାଛଚାଷ ଦ୍ୱାରା ସ୍ୱାବଲମ୍ବୀ ହୋଇ ଆର୍ôଥକ ମାନଦଣ୍ଡ ବୃଦ୍ଧି ଉଦ୍ଦେଶ୍ୟରେ ସିମୁଳିଆ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ‘ମତ୍ସ୍ୟ ଚାଷ ଓ ମତ୍ସ୍ୟ ଯୋଜନା ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ସଚେତନତା ଶିବିର’ ଅନୁଷ୍ଠିତ ହୋଇଥିଲା ।
ଜିଲା ମତ୍ସ୍ୟ ବିଭାଗ ନିର୍ଦ୍ଦେଶରେ ଓ ବିଡିଓ ପୃଥିରାଜ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ଏଏଫ୍ଓ କାର୍ତ୍ତିକ ଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ । ଶିବିରରେ ବିଭିନ୍ନ ଚାଷୀ ଯୋଗଦେଇଥିଲେ । ମୁଖ୍ୟ ଅତିଥି ତଥା ମତ୍ସ୍ୟ ବିଶେଷଜ୍ଞ ରୂପେ ନୀଳଗିରୀ ମତ୍ସ୍ୟ ଅଧିକାରିଣୀ ପ୍ରିୟଙ୍କା ପ୍ରିୟଦର୍ଶନୀ ପୃଷ୍ଟି ଯୋଗ ଦେଇ ମାଛ ଚାଷ ଦ୍ୱାରା ଚାଷୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ସୂଚନା ଦେବା ସହିତ ମାଛ ଚାଷ ପାଇଁ ପୋଖରୀ ପ୍ରସ୍ତୁତି, ଖାଦ୍ୟ ଓ ପ୍ରାକୃତିକ ଖାଦ୍ୟ ପରିଚାଳନା, ରୋଗ ଓ ନୀରାକରଣ ଇତ୍ୟାଦି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସିମୁଳିଆ ବ୍ଲକ ଏଏଫ୍ଓ କାର୍ତ୍ତିକ ଚନ୍ଦ୍ର ମହାନ୍ତି ମାଛ ଚାଷ ପାଇଁ ସରକାରଙ୍କ ବିଭିନ୍ନ ସ୍କ୍ିମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରଶ୍ମିତା ଘଡିଆ, ଗଗନ କୁମାର ମିଶ୍ର ପ୍ରମୁଖ ଥିଲେ ।