ଜିଲ୍ଲା ଟେଣ୍ଟହାଉସ ସଂଘର ରୌପ୍ୟ ଜୟନ୍ତୀ ପାଳିତ
ବାରିପଦା : ବାରିପଦା ସ୍ଥିତ ଶହୀଦ ସ୍ମୃତି ଭବନରେ ଜିଲ୍ଲା ସଂଘର ଉପଦେଷ୍ଟା ସମରେନ୍ଦ୍ର ବଶାଙ୍କ ପୌରହିତ୍ୟରେ ମୟୂରଭଂଜ ଜିଲ୍ଲା ଟେଂଟ ହାଉସ ସଂଘର ରୌପ୍ୟ ଜୟନ୍ତୀ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସହକାରୀ ଜିଲାପାଳ ପ୍ରମିଳା ମଲ୍ଲିକ ମହୋଦୟା ଓ ମୁଖ୍ୟ ବକ୍ତା ଭାବେ ବାରିପଦା ମ୍ୟୁନିସିପାଲିଟିର ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଘର ସମ୍ପାଦକ ପ୍ରଦୀପ କୁମାର ଭଟ୍ଟ ଯୋଗ ଦେଇ ବିଭିନ୍ନ ଷ୍ଟୋଲଗୁଡିକୁ ଉଦଘାଟନ କରିବା ସହିତ ଅଧିବେଶନରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ପ୍ରଥମ ଅଧିବେଶନ ଆରମ୍ଭରେ ଜିଲ୍ଲା ସମ୍ପାଦକ ସଂଜୟ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଉଭୟ ଅତିଥିଙ୍କୁ ଏକ ସ୍ଥାୟୀ କାର୍ଯ୍ୟାଳୟ ନିମିତ ଏକ ଜାଗା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ସଭାପତି ନିଜ ବକ୍ତବ୍ୟରେ ସଂଘ କିପରି ବିଭିନ୍ନ ଘାତ ପ୍ରତିଘାତ ଅତିକ୍ରମ କରି ଆଜି ସରକାରୀ ସ୍ୱୀକୃତି ପାଇ ସାରା ଜିଲ୍ଲାରୁ ସାତଶହ ସଭ୍ୟ ପଂଜିକୃତ ହୋଇଛି ତାହା ଆଲୋଚନା କରିଥିଲେ । ଏହି ଅଧିବେଶନ ଶେଷରେ କାର୍ଯ୍ୟକାରୀ ସମ୍ପାଦକ ସୁବ୍ରତ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କୃତୀ ଛାତ୍ର ହିସାବରେ ଅନ୍ଧ ମୁକ ବଧିର ବିଦ୍ୟାଳୟର ରଂଜନ ହାଁସଦା ଓ ସନ୍ତୋଷିନୀ ଟୁଡୁ, ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ଜନ୍ମେଜୟ କବାଟ, ସଫେଇରେ ପ୍ରଥମ ଦମ୍ପତି ହରି ମୁଖୀ ଓ ଲକ୍ଷ୍ମୀ ମୁଖୀ, ସମାଜସେବା ଓ ସାହିତ୍ୟରେ ପଦ୍ମନାଭ ସାହୁ, ବ୍ୟୟଜେଷ୍ଠ ଟେଂଟ ମାଲିକ ଭାବେ ନନ୍ଦଲାଲ ମାଇତି ଓ ଖଗେନ୍ଦ୍ର ସାହୁ, ନମ୍ବର ୱାନ ଡ୍ୟାନ୍ସ ଗ୍ରୁପର ଆହିଦ ଖାନ, ତଥା ଝାର ପୋଖରିଆ ଜୋନକୁ ଶ୍ରେଷ୍ଠ ଜୋନ ଭାବେ ସନ୍ମାନୀତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଅତିଥି ପ୍ରବୋଧ ଦାସ ଓ ଗୁରୁଚରଣ ଦାସ ନିଜ ବକ୍ତବ୍ୟ ପ୍ରଦାନ କରିବା ସହିତ ଜିଲ୍ଲାର ଅଠରଟି ଜୋନକୁ ସମ୍ମାନିତ କରିଥିଲେ । ଏହି ଅବସରରେ ଲଟେରୀ ଉଠାଣ ସହ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ପଣ୍ଡା, ଅକ୍ଷୟ ମହାନ୍ତି, ରାକେଶ ଦାସ, ଦୀପକ ଦାସ, ଅଜୟ ମହାନ୍ତି, ଗୋପାଳ ସାହୁ, ତଥା ବାରିପଦା ଯୋନ ର ସମସ୍ତ ସଭ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।