ଖୁବ୍ଶୀଘ୍ର ଦେଶର ପ୍ରଥମ ପୂର୍ଣ୍ଣ ଟୀକାକରଣ ରାଜ୍ୟ ହେବ ସିକ୍କିମ୍
ଗ୍ୟାଙ୍ଗଟକ୍ : ସିକ୍କିମ୍ କରୋନାବିରୋଧି ଟୀକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଦେବାବାଲା ଦେଶର ଅଗ୍ରଣୀ ରାଜ୍ୟରେ ପ୍ରମୁଖ ଅଟେ । ସିକ୍କିମ ପ୍ରଥମ ୧୦୦ ପ୍ରତିଶତ କରୋନାବିରୋଧି ଟୀକାର ପ୍ରଥମ ଡୋଜ୍ ପ୍ରଦାନ କରିସାରିଛି ଏବଂ ଦ୍ୱିତୀୟ ଡୋଜ୍ ପ୍ରଦାନ କରିବାବାଲା ରାଜ୍ୟରେ ମଧ୍ୟ ସବୁଠାରୁ ଆଗରେ । ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ସିକ୍କିମ୍ରେ ୯୨ ପ୍ରତିଶତ ଲୋକ କରୋନାରୋଧୀ ଟୀକାର ଦ୍ୱିତୀୟ ଡୋଜ୍ ନେଇସାରିଛି, ଯାହା ଦେଶରେ ସବୁଠାରୁ ଅଧିକ ।
ସିକ୍କିମର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ମହାନିର୍ଦ୍ଦେଶକ ଏବଂ ସଚିବ ଡା. ପେମ୍ପା ଟି. ଭୂଟିୟା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସଂଖ୍ୟା ମୁତାବିକ ସିକ୍କିମରେ ଏବେ ପର୍ଯ୍ୟନ୍ତ ୮୭.୬୯ ପ୍ରତିଶତ ଲୋକଙ୍କୁ କରୋନାରୋଧୀ ଟୀକାର ଦ୍ୱିତୀୟ ଡୋଜ୍ ଲଗାଯାଇଛି । ସିକ୍କିମ୍ ଜିଲ୍ଲା ୯୦ ପ୍ରତିଶତର ସଂଖ୍ୟାକୁ ପାରକରାଯିବ । ୯୦ ପ୍ରତିଶତ ପାର କରିବା ପରେ ସିକ୍କିମକୁ ସମ୍ପୂର୍ଣ୍ଣ ରୂପେ ଟୀକାକରଣ ବାଲା ରାଜ୍ୟ ମାନାଯାଇପାରେ । ସେ କହିଛନ୍ତି ଯେ ଏହି ଉପଲବ୍ôଧ ହାସଲ କରିବା ପଛରେ କେତେକ କାରଣ ଅଛି ।