ସିକ୍କିମ୍ ଦୁର୍ଘଟଣାରେ ଶହୀଦ ଯବାନଙ୍କ ପାର୍ଥବ ଶରୀର ପହଂଚିଲା ବାଗଡୋଗରା ଏୟାରପୋର୍ଟ, ଦିଆଗଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ସିକ୍କିମ : ସିକ୍କିମରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଶହୀଦ ୧୬ ଯବାନଙ୍କ ମଧ୍ୟରୁ ୧୨ଜଣଙ୍କ ପାର୍ଥବ ଶରୀରକୁ ଶନିବାର ଦିନ ବିଶେଷ ବିମାନରେ ବାଗଡୋଗରା ଏୟାରପୋର୍ଟ ନିଆଯାଇଥିଲା । ବୀରପୁତ୍ରଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଭୀଡ଼ ହୋଇଥିଲା । ପାର୍ଥବ ଶରୀର ଦେଖି ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖି ଲୁହପୂର୍ଣ୍ଣ ହୋଇଥିଲା । ବାଗଡୋଗରା ଏୟାରପୋର୍ଟରୁ ପାର୍ଥବ ଶରୀକୁ ବୈଗଡୁବୀ ସେନା ଛାଉଣୀ ନିଆଯାଇଥିଲା, ଯେଉଁଠାରେ ପୁରା ସୈନ୍ୟ ସମ୍ମାନର ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପିତ କରାଯାଇଥିଲା । ସେନାର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ସିକ୍କିମର ରାଜ୍ୟପାଳ ଗଙ୍ଗାପ୍ରସାଦ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପିତ କରିଥିଲେ । ଗଙ୍ଗାପ୍ରସାଦ ଶହୀଦ ଯବାନଙ୍କ ପରିବାର ପ୍ରତି ଗଭୀର ସମ୍ବେଦନା ବ୍ୟକ୍ତ କରିଥିଲେ । ସେନା ଅନୁଯାୟୀ ଯବାନଙ୍କ ପାର୍ଥବ ଶରୀର ସେନାର ବାହନରେ ତାଙ୍କ ଘର ପର୍ଯ୍ୟନ୍ତ ପହଂଚା ଯିବ ତଥା ପୂରା ସୈନ୍ୟ ସମ୍ମାନ ସହିତ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।