ଶ୍ରୀମଦ ଭାଗବତ ମହାପୁରାଣ ସପ୍ତାହ ପାଳନ
ସୁବର୍ଣ୍ଣପୁର : ଗତ୧୧ ତାରିଖରୁ ୧୮ ତାରିଖ ଯାଏ ସ୍ଥାନୀୟ ପ୍ରତୀକ ରାଇସ ମିଲ କଳାପଥର ଗାଁ ଠାରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ ମହାପୁରାଣ ପଠନ କରାଯାଇଥିଲା । ଗତ ୧୧ ତାରିଖରେ କଳସ ଯାତ୍ରା ପରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିବା ବେଳେ ପାତାଳି ଶ୍ରୀକ୍ଷେତ୍ର ନିକଟସ୍ଥ କୋଟସାମଲେଇର ବ୍ୟାସ ଶ୍ରୀରାମ ପଣ୍ଡା, ବ୍ରହ୍ମା ରାଜୀବ ଲୋଚନ ପଣ୍ଡା ଓ ସାଥି କଳାକାରଙ୍କ ଦ୍ୱାରା ଶ୍ରୀମଦ ଭାଗବତ ପାଠ ଓ ସଂଗୀତ ମାଧ୍ୟମରେ ଏହାକୁ ଖୁବ ସୁନ୍ଦର ଶୈଳୀରେ ସପ୍ତାହ ବ୍ୟାପି ପରିବେଷଣ କରାଯାଇଥିଲା । ଯାହାକି ପ୍ରତ୍ୟହ ହଜାର ଶ୍ରୋତା ଦର୍ଶକ ଶୁଣି ପୁଣ୍ୟ ଅର୍ଜନର ସୁଯୋଗ ପାଇଥିଲେ । ସୋନପୁର ସହର ତଥା ପାଖଆଖ ଗାଁ ଅଂଚଳରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚାରିଆଡେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ସପ୍ତମ ଦିନରେ ଆୟୋଜକ ମନୋଜ ଅଗ୍ରୱାଲାଙ୍କ ସୁଦାମା ଚରିତ୍ର ଓ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଦୀନେଶ ଅଗ୍ରୱାଲା ଓ ଧର୍ମ ପତ୍ନୀ ବବିତା ଅଗ୍ରୱାଲାଙ୍କ ରାଧା କୃଷ୍ଣ ଚରିତ୍ରର ଜୀବନ୍ତ ଅଭିନୟ ସମେତ “ଆରେ ଦ୍ୱାରପାଳ କନ୍ନହେୟା ସେ କେହେଦୋ” ଓ ଆରତୀ ଉତାରୋରେ ଶ୍ରୀ ରାଧେ ଶ୍ୟାମ ଜୀ କି, ସୀତାରାମ ଜୀ କି, ଆରତୀ ବନ୍ଦନା କାର୍ଯ୍ୟକ୍ରମ ସପ୍ତାହର ସବୁଠୁଁ ଖୁବ ଆକର୍ଷଣ ଥିଲା, ଯାହାକି ପାଂଚ ହଜାର ଭକ୍ତ ଶ୍ରୋତାଙ୍କୁ ଭାବ ବିହ୍ୱଳ କରି ପକାଇଥିଲା । ପ୍ରତୀକ ରାଇସ ମିଲର ପ୍ରୋପାଇଟର ତଥା ମାରୱାଡି ଯୁବାମଂଚର ସଭାପତି ମନୋଜ ଅଗ୍ରୱାଲା ଓ ଭାଇ ବଣ୍ଟୁ ଅଗ୍ରୱାଲାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ପ୍ରତ୍ୟହ ହଜାର ଭକ୍ତ ସାଧୁ ସନ୍ଥଙ୍କ ପାଇଁ ପ୍ରସାଦ ସେବନର ଆୟୋଜନକୁ ସହର ଓ ଆଖପାଖ ଅଂଚଳର ଲୋକେ ଖୁବ ପ୍ରଂଶସା କରିଛନ୍ତି ।