ଶ୍ରାବଣ ସୋମବାର: ଜାଣନ୍ତୁ ଶିବଲିଙ୍ଗରେ ଜଳ ଅର୍ପଣ କରିବାର ନିୟମ, ପ୍ରସନ୍ନ ହେବେ ମହାଦେବ
ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାବଣ ମାସରେ ଜଳାଭିଶେକ କରିବାର ବିଧି ରହିଛି । କିନ୍ତୁ ଭୋଳାନାଥଙ୍କୁ ଜଳାଭିଷେକ କରିବାର କିଛି ନିୟମ ରହିଛି । ଯଦି ଆପଣ ସେହି ନିୟମ ଅନୁଯାୟୀ ଭୋଳାନାଥଙ୍କୁ ଅଭିଶେକ କରିବେ ତେବେ ତାଙ୍କର ବିଶେଷ କୃପା ପ୍ରାପ୍ତ ହେବ । ତେବେ ଆସନ୍ତୁ ଜାଣିବା ଭୋଳାନାଥଙ୍କୁ ଜଳାଭିଷେକ କରିବାର ନିୟମ ।
ଭଗବାନ ଶିବଙ୍କୁ ଜଳ ଚଢାଇବା ସମୟରେ ଧ୍ୟାନ ରଖିବା ଉଚିତ୍ କି କେଉଁ କଳଶରେ ଜଳ ଚଢାଇବା ଉଚିତ୍ । ଜଳାଭିଷେକ ପାଇଁ ତମ୍ବା ପାତ୍ର ସବୁଠୁ ଶୁଭ ବୋଲି କୁହାଯାଏ । ସେହିପରି କଂସା ଓ ଚାନ୍ଦୀ ପାତ୍ରରେ ଅଭିଶେକ କରିବା ମଧ୍ୟ ଶୁଭ ହୋଇଥାଏ । କିନ୍ତୁ ଭୁଲରେ ବି ଭଗବାନ ଶିବଙ୍କୁ ଷ୍ଟିଲ ପାତ୍ରରେ ଅଭିଶେକ କରିବା ଉଚିତ୍ ନୁହେଁଁ । ସେହିପରି ତମ୍ବା ପାତ୍ରରେ ଖୀର ଅଭିଶେକ କରିବା ମଧ୍ୟ ଅଶୁଭ ହୋଇଥାଏ ।
ମହାଦେବଙ୍କୁ କଦାପି ପୂର୍ବ ଦିଗ ଆଡକୁ ମୁହଁ କରି ଜଳ ଚଢାନ୍ତୁ ନାହିଁ । ପୂର୍ବ କୋଣକୁ ଭଗବାନ ଶିବଙ୍କର ମୁଖ୍ୟ ପ୍ରବେଶ ଦ୍ୱାରା ବୋଲି କୁହାଯାଏ । ମାନ୍ୟତାନୁସାରେ ଏହି ଦିଗକୁ ମୁହଁ କଲେ ଶିବଙ୍କ ଦ୍ୱାରରେ ବାଧା ଉତ୍ପନ୍ନ ହୋଇଥାଏ ଏବଂ ଶିବ କ୍ରୋଧିତ ହୋଇଯାନ୍ତି । ସେଥିପାଇଁ ସର୍ବଦା ଉତ୍ତର ଦିଗକୁ ମୁହଁ କରି ଶିବଙ୍କୁ ଜଳ ଚଢାନ୍ତୁ । ଏହାଦ୍ୱାରା ଶିବ-ପାର୍ବତୀ ଉଭୟଙ୍କର ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।