ଶିଶିର ମହାପାତ୍ର ଫାଉଣ୍ଡେସନ୍ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ନୀଳଗିରି : ବାଲେଶ୍ଵର ଜିଲ୍ଲାର ନୀଳଗିରି ପଞ୍ଚଲିଗେଂଶ୍ବର ଠାରେ ଶିଶିର ମହାପାତ୍ର ଫାଉଣ୍ଡେସନ୍ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଏକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଶୁକ୍ରବାର ପୂର୍ବାହ୍ନରେ ପଞ୍ଚଲିଗେଂଶ୍ବର ଠାରେ ପଂହଚିବା ପରେ ସବ୍ୟସାଚୀ ମହାପାତ୍ର ( ଟୁବ୍ଲୁ ) ପ୍ରଦୀପ ପ୍ରଜ୍ୱଳନ କରି ଶିବିରର ଶୁଭାରମ୍ଭ କରିଥିଲେ।
କରୋନା ମହାମାରୀ ସମୟରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚେଇବା ଜନସମାଜକୁ ଶ୍ରୀ ମହାପାତ୍ର ଆହ୍ଵାନ ଦେବା ସହ ସମସ୍ତ ଯୁବ ସମାଜ ରକ୍ତଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ଅନୁରୋଧ କରିଥିଲେ। ଏହି ରକ୍ତଦାନ ଶିବିରଟି ଔପଦା ବ୍ଲକ ର ଜୋନ ନଂ ୨ର ପାଞ୍ଚଟି ପଞ୍ଚାୟତକୁ ନେଇ ଆୟୋଜନ କରାଯାଇଥିଲା । ଆଜି ପ୍ରବଳ ବର୍ଷା ହେବା ସତ୍ତ୍ବେ ମଧ୍ୟ ସମସ୍ତ ସହଯୋଗୀ ଙ୍କ ସହାୟତା ରେ କୋଭିଡ୍ ନିୟମ ଅନୁସାରେ ଉକ୍ତ ଶିବିରରେ ମୋଟ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଅଞ୍ଚଳବାସୀ ଏପରି ମହାନ୍ କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଅଜୟ ରାଉତ, ସିପ୍ତିକାନ୍ତ ମହାନ୍ତି, ମାନସ ଦେବଗୋସ୍ବାମୀ, ମାୟାଧର ବିଶ୍ବାଳ, ଲକ୍ଷ୍ମୀଧର ବାରିକ୍, ପ୍ରଶାନ୍ତ ମହାନ୍ତି, ତାପସ ଜେନା, ମାନସ ହୋତା ଏବଂ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ମନୋରଞ୍ଜନ ଉପାଧ୍ୟାୟ ଓ ତାଙ୍କର ସହଯୋଗୀ ପ୍ରମୁଖ ସହଯୋଗ କରିଥିଲେ।