ବାଲେଶ୍ୱର : ଶିଶିର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ନୂତନ ସଦସ୍ୟ ଗ୍ରହଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନୀଳଗିରି : ନୀଳଗିରିର ଏକ ଅଗ୍ରଣୀ ଅନୁଷ୍ଠାନ ଶିଶିର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ରବିବାର ଔପଦା ବ୍ଲକ ଜୋନ୍ ନଂ. ୨ କାଣ୍ଡଗରଡ଼ି ପଞ୍ଚାୟତର କାନପୁର ଠାରେ ନୂତନ ସଦସ୍ୟ ଗ୍ରହଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଧବା ମହିଳାଙ୍କୁ ଶାଢ଼ୀ ଓ ଛତା ବଣ୍ଟନ ସହ ଦେଶ ପାଇଁ ଲଢ଼େଇ କରୁଥିବା ସିପାହୀ ଓ କଳାକାରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଅନୁଷ୍ଠାନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର (ଟୁବୁଲୁ) ଶାସକ ବିଜେଡି ଦଳର ଜଣେ ଅଗ୍ରଣୀ ଯୁବ ନେତା ଭାବେ କାର୍ଯ୍ୟ କରି ନୀଳଗିରି ନିର୍ବାଚନୀ ମଣ୍ଡଳୀରେ ବେଶ ପରିଚିତ ଥିଲେ । କିନ୍ତୁ ବିଜେଡିର କୌଣସି କାରଣ ପାଇଁ ଗତ କିଛିଦିନ ତଳେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ଏଥିରେ ଶ୍ରୀ ମହାପାତ୍ର ବିଚଳିତ ନହୋଇ ଜନସେବାରେ ଲାଗି ପଡ଼ିଛନ୍ତି । ଲୋକଙ୍କ ଘରପୋଡ଼ି, ରୋଗରେ ଆକ୍ରାନ୍ତ ରୋଗୀ, ଅସହାୟ ଲୋକଙ୍କ ଦୁର୍ଦ୍ଦିନରେ ଛିଡ଼ା ହେବା ସହ ବୃଦ୍ଧାବୃଦ୍ଧଙ୍କୁ କମ୍ବଳ, ଶାଢ଼ୀ, ଛତା ବଣ୍ଟନ କରି ନିଜର ଲୋକପ୍ରିୟତାକୁ ବଜାୟ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାରି କାନପୁର ଠାରେ ଏକ ସମ୍ବର୍ଦ୍ଧନା ସଭା ସହ ନୂତନ ସଦସ୍ୟ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶଶିକାନ୍ତ ବେହେରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ମୁଖ୍ୟଅତିଥି ଭାବେ ଫାଉଣ୍ଡେସନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର, ମୁଖ୍ୟବକ୍ତା ଜଗବନ୍ଧୁ ସ, ସମ୍ମାନୀତ ଅତିଥି ଗଙ୍ଗାଧର ମହାନ୍ତି, ଲକ୍ଷ୍ମୀଧର ବାରିକ, ଅନୀଲ ଦାଶ, ରାଜେନ୍ଦ୍ର ଜେନା, ମହେଶ୍ୱର ପ୍ରଧାନ, ଅଜୟ, ତପନ ନାୟକ, ବାବୁ ରାଉତ ମଞ୍ଚାସୀନ ହୋଇ ଉକ୍ତ ଫାଉଣ୍ଡେସନର ଉତ୍ତୋରତ୍ତର କାମନା କରିବା ସହ ଫାଉଣ୍ଡେସନକୁ ଅଧିକ ସୁଦୃଢ଼ କରିବା ପାଇଁ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ସଭାରେ ପାଖାପାଖି ୪୦୦ଜଣରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ ।