ଖୁସି ଖବର! ଏହି ଦିନଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତା ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ସୂଚନା ଦେଇଛନ୍ତି କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ। ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଖୋଲା ଜିପ୍ ର ବସି କୋର୍ -ଅଞ୍ଚଳ ବୁଲିବା ସହ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ।
ପ୍ରତିବର୍ଷ ନଭେମ୍ବର ୧ ତାରିଖରୁ ଅଭୟାରଣ୍ୟ ଖୋଲୁଥିବା ବେଳେ ଚଳିତ ବର୍ଷ ୧୦ ଅକ୍ଟୋବରରୁ ଶିମିଳିପାଳ ଅଭୟାରଣ୍ୟ ଖୋଲୁଛି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ପର୍ଯ୍ୟଟକଙ୍କୁ ଆରର୍ଷିକ କରିବା ଉଦ୍ଦେଶ୍ୟରେ ଦୁର୍ଗା ପୂଜା ପୂର୍ବରୁ ଶିମିଳିପାଳ ଖୋଲୁଥିବା କହିଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ।ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ବାରିପଦା ପିଠାବଟା ଓ ଯଶିପୁର କାଣିଆଣି ବୁକିଂ କାଉଣ୍ଟରରପ ସକାଳ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ମିଳିପାରିବ। ପର୍ଯ୍ୟଟକମାନେ କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ।