ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ସେହେବାଜ ସରିଫ !
ଇସଲାମାବାଦ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦିଚ୍ୟୁତ ଖବର ଯେତିକି ବ୍ୟାପକ ହେବାରେ ଲାଗିଛି, ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନଙ୍କ ସ୍ଥାନ କିଏ ନେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି। ତେବେ ଚର୍ଚ୍ଚା ମଧ୍ୟରେ ସବୁଠି ଆଗରେ ରହିଛି ସହେବାଜ ସରିଫଙ୍କ ନାମ। ପାକିସ୍ତାନ ବିରୋଧୀ ଦଳର ନେତା ଥିବା ସରିଫ ହିଁ ଇମ୍ରାନଙ୍କ ପରେ ଗାଦି ସମ୍ଭାଳିପାରନ୍ତି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ କିଏ ଏହି ସେହେବାଜ ସରିଫ। କଣ ତାଙ୍କ ରାଜନୈତିକ କ୍ୟାରିୟର, ତାକୁ ନେଇ ମଧ୍ୟ ଉତ୍ସୁକତା ବଢିବାରେ ଲାଗିଛି।
ପାକିସ୍ତାନ ରାଜନୀତିରେ ଜଣେ ଜଣାଶୁଣା ନାଁ ସେହେବାଜ ସରିଫ ବର୍ତ୍ତମାନ ବିରୋଧୀ ଦଳର ନେତା ରହିଛନ୍ତି। ଇମ୍ରାନ ଉଚିତ ସଂଖ୍ୟା ପ୍ରାମାଣ ଅଭାବରୁ କ୍ଷମତାଚ୍ୟୁତ ହେବା ପରେ ବିରୋଧୀ ହିଁ ଶାସନ କ୍ଷମତା ହାତେଇବେ ଏଥିରେ ସନ୍ଦେହ ନାହିଁ। ଏସବୁ ମଧ୍ୟରେ ସରିଫଙ୍କ ନାମ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ସାମ୍ନାକୁ ଆସିଛି। ବିରୋଧୀ ଦଳ ପାକସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାଓ୍ବଲ ଭୁଟ୍ଟୋ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଖୁବଶୀଘ୍ର ଦାୟିତ୍ବ ଗ୍ରହଣ କରିବେ ବୋଲି ସୂଚନା ଦେଇସାରିଛନ୍ତି।
ସେହବାଜ ସରିଫ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଭାଇ। ନଓ୍ବାଜ ଏବେ ଏକ ଦୂର୍ନୀତି ମାମଲାରେ ଛନ୍ଦି ହୋଇ ବିଦେଶରେ ଥିବାବେଳେ ବିରୋଧୀ ଦଳର ନେତା ରହିଛନ୍ତି ସେହେବାଜ। ସେହେଓ୍ବାଜ ବର୍ତ୍ତମାନ ପାକିସ୍ତାନ ଜାତୀୟ ଆସେମ୍ବିଲିରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ବରେ ରହିଛନ୍ତି।