ବିବାହ ବନ୍ଧନରେ ବାନ୍ଧି ହେଲେ ଶାର୍ଦ୍ଦୁଳ ଠାକୁର, ମିତାଲି ପାରୁଲକରଙ୍କ ସହ ନେଲେ ସାତ ଫେରା
ନୂଆଦିଲ୍ଲୀ :ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର। ସେ ମୁମ୍ବାଇରେ ପାରମ୍ପରିକ ରୀତିନୀତିରେ ମିତାଲି ପାରୁଲକରଙ୍କ ସହିତ ସାତ ଫେରା ନେଇଛନ୍ତି। ଉଭୟ ମରାଠି ପରମ୍ପରା ଅନୁଯାୟୀ ବିବାହ ହୋଇଛନ୍ତି। ଦୁହିଁଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି, ଯାହା ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ୩୧ ବର୍ଷୀୟ ଶାର୍ଦ୍ଦୁଳଙ୍କୁ ସଙ୍ଗୀତ ସମାରୋହ ଏବଂ ମେହନ୍ଦି ସମାରୋହରେ ବହୁତ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ରୋହତି ଶର୍ମା ଏବଂ ଶ୍ରେୟସ ଆୟରଙ୍କ ପରି କ୍ରିକେଟ୍ର ଯୋଗ ଦେଇଥିଲେ।
ଶାର୍ଦ୍ଦୁଳ ଏବଂ ମିତାଲୀ ୨୦୨୧ ନଭେମ୍ବର ୨୯ରେ ମୁମ୍ବାଇରେ ଏକ ଘରୋଇ ସମାରୋହରେ ନିର୍ବନ୍ଧ କରିଥିଲେ। ଉଲ୍ଲେଖଯୋଗ୍ୟ, ଶାର୍ଦ୍ଦୁଳ ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ସେ ଭାରତ ପାଇଁ ଏ ପର୍ଯ୍ୟନ୍ତ ଆଠ ଟେଷ୍ଟ, ୩୪ ଦିନିକିଆ ଏବଂ ୨୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ୯୯ ଅନ୍ତର୍ଜାତୀୟ ଓ୍ଵିକେଟ୍ ନେବା ସହ ୬୨୧ ରନ କରିଛନ୍ତି। ଟେଷ୍ଟରେ ତିନି ଏବଂ ଦିନିକିଆରେ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି।