୫୬ ବର୍ଷରେ ପାଦ ଦେଲେ ଶାହାରୁଖ ଖାନ : ଦିୱାନାରୁ ବଲିଉଡ ଏଣ୍ଟ୍ରି, ଏବେ ଫିଲ୍ମ ଜଗତର କିଂ ଖାନ୍
ମୁମ୍ବାଇ : ଆଜି ହିନ୍ଦୀ ଫିଲ୍ମ ଜଗତର କିଂ ଖାନ୍ ଶାହରୁଖ ଖାନଙ୍କ ଜନ୍ମଦିନ । ସେ ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ବଲିଉଡ ଜଗତର ସେ ବାଦଶାହା ତଥା ରୋମାନ୍ସ କିଙ୍ଗ । କେବଳ ଭାରତ ନୁହେଁ ସାରା ବିଶ୍ୱରେ ତାଙ୍କର କୋଟି କୋଟି ଫ୍ୟାନ। ୧୯୬୪ ମସିହା ନଭେମ୍ବର ୨ ତାରିଖରେ ଦିଲ୍ଲୀରେ ଜନ୍ମ ନେଇଥିବା ଶାହରୁଖ ଖାଁ ଙ୍କର ଆଜି ଜନ୍ମ ଦିନ I ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିବାରୁ ଦିଲ୍ଲୀର ହଂସରାଜ କଲେଜରୁ ଅର୍ଥନୀତିରେ ସ୍ନାତ୍ତକ ସାରି, ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରେ ଅଧୟନ କରିଥିଲେ । ତେବେ ଆଜିବି ଏହି ବାଦଶାହ କିଙ୍ଗ ଖାଁ ଙ୍କର ପ୍ରକୃତ ନାମ ଅଧିକାଂଶ ଜାଣିନଥିବେ ଅସଲ ରେ ତାଙ୍କ ନାମ ହେଉଛି ଅବଦୁଲ ରହମାନ ପରେ ଏହି ନାମଟି ବଦଳାଇ ଶାହରୁଖ ଖାନ ରଖାଯାଇଥିଲା ।
୧୯୮୯ ଟିଭି ସିରିଏଲ ଫୌଜୀରେ ନଜର ଆସିଥିବା ଶାହରୁଖ ୧୯୯୨ ରେ ଦିୱାନା ଜରିଆରେ ଏଣ୍ଟ୍ରୀ କରିଥିଲେ। ଏହା ପରେ ଆଉ ପଛକୁ ଚାହିଁ ନାହାନ୍ତି ଶାହରୁଖ । ଡର,ବାଜିଗର, କୁଛ କୁଛ ହୋତା ହେ, ଦେବଦାସ, ଦିଲ ତୋ ପାଗଲ ହେ ଏହିପରି ଅନେକ କାଳଜୟୀ ଚଳଚିତ୍ରରେ ନିଜର ନିଖୁଣ ଅଭିନୟ ପାଇଁ ସେ ପାଲଟିଗଲେ ହିନ୍ଦୀ ସିନେମା ଜଗତର ବେତାଜ ବାଦଶାହ I ସେ ‘ରାଜୁ ବନ୍ ଗୟା ଜେଣ୍ଟଲ୍ ମ୍ୟାନ’ ଓ ‘ଫିର ଭୀ ଦିଲ୍ ହେ ହିନ୍ଦୁସ୍ତାନୀ’, ‘ଡୁପ୍ଲିକେଟ’ ପରି ସାଧାରଣ ଫିଲ୍ମ ହେଉ କିମ୍ବା ‘ଦେବଦାସ’, ଦିଲୱାଲେ ଦୁଲହନିୟା ଲେ ଜୟେଙ୍ଗେ, ‘ମାଇ ନେମ ଇଜ୍ ଖାନ୍’ ଓ ‘ଚକ ଦେ ଇଣ୍ଡିଆ’, ଭଳି ଭାବପୂର୍ଣ୍ଣ ଫିଲ୍ମ ନିଜର ସର୍ବୋତ୍ତମ ଅଭିନୟ ସହିତ ପ୍ରତ୍ୟେକ ଚରିତ୍ରରେ ଛାପ ଛାଡିଥିଲେ । ଶାହାରୁଖ ‘ରହିଜ’ ଓ ‘ଡନ୍’ ଭଳି ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିଥିଲେ । ପ୍ରାୟ ତିନି ଦଶନ୍ଧି ଧରି ହିନ୍ଦୀ ସିନେମାର ସବୁଠାରୁ ଲୋକପ୍ରିୟ ତଥା ପରିଶ୍ରମୀ ଅଭିନେତାମାନଙ୍କ ମଧ୍ୟରୁ ଶାହରୁଖ ଖାନ ଅନ୍ୟତମ । ଯିଏ କି ନିଜ ଚେହେରାରେ ସମସ୍ତ ପ୍ରକାରର ଭାବନାକୁ ଅତି ସହଜରେ ପ୍ରକାଶ କରନ୍ତି ।
ପଞ୍ଜାବର ସୋରିଷ କ୍ଷେତରୁ ସ୍ୱିଜରଲ୍ୟାଣ୍ଡର ଘାସ ଗାଲିଚାରେ ପ୍ରେମ କାହାଣୀକୁ ଦର୍ଶାଉଥିବା ଏକ ଫିଲ୍ମ ‘ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ’ ୨୫ ବର୍ଷ ପୂର୍ବେ ଆସିଥିଲା ଓ ଭାରତୀୟ ସିନେମା ଇତିହାସରେ ଏକ ଚମତ୍କାର ଫିଲ୍ମ ହୋଇପାରିଥିଲା । ତା’ପରେ ୧୯୯୩ ମସିହାରେ ଆସିଥିଲା ଡ଼ର । ଏହି ଫିଲ୍ମ ବିଷୟରେ ସମସ୍ତେ ଜାଣନ୍ତି । ମୁଖ୍ୟ ଭୂମିକାରେ ସନି ଦେଓଲ୍ ଓ ଜୁହି ଚାୱଲା ଦ୍ୱିତୀୟ ଅଗ୍ରଣୀ ଅଭିନୟରେ ଶାହାରୁଖ ଖାନ ଥିଲେ । ଯଦିଓ ଫିଲ୍ମ ସହିତ ଜଡିତ ଏହି କାହାଣୀଟି ଶୁଣାଯାଏ ଯେ ସନି ଦେଓଲଙ୍କ ବଦଳରେ ପ୍ରଥମେ ଶାହାରୁଖଙ୍କୁ ଦିଆ ଯାଇଥିଲା ଓ ସେ ଏହାକୁ ହାତଛଡା କରିଥିଲେ । ଖାନଙ୍କ ଭୂମିକା ଛୋଟ ଥିଲା କିନ୍ତୁ ପରେ ଶାହରୁଖ ଖାନ ଯେଉଁଭଳି ଭାବରେ ଅଭିନୟ କରିଥିଲେ ତାଙ୍କର ଭୂମିକା ବଢ଼ାଇ ଦିଆଯାଇଥିଲା ଓ ସନି ଦେଓଲଙ୍କୁ ଅନେକ ସ୍ଥାନ ହରାଇଲେ । ଆଜି ବି ସନ୍ନି ଶାହାରୁଖଙ୍କ ଉପରେ ରାଗିଥିବା କୁହାଯାଉଛି । ତା’ପରେ ୧୯୯୩ ମସିହାରେ ଆସିଥିଲା ଡ଼ର । ଏହି ଫିଲ୍ମ ବିଷୟରେ ସମସ୍ତେ ଜାଣନ୍ତି । ମୁଖ୍ୟ ଭୂମିକାରେ ସନି ଦେଓଲ୍ ଓ ଜୁହି ଚାୱଲା ଦ୍ୱିତୀୟ ଅଗ୍ରଣୀ ଅଭିନୟରେ ଶାହାରୁଖ ଖାନ ଥିଲେ । ଯଦିଓ ଫିଲ୍ମ ସହିତ ଜଡିତ ଏହି କାହାଣୀଟି ଶୁଣାଯାଏ ଯେ ସନି ଦେଓଲଙ୍କ ବଦଳରେ ପ୍ରଥମେ ଶାହାରୁଖଙ୍କୁ ଦିଆ ଯାଇଥିଲା ଓ ସେ ଏହାକୁ ହାତଛଡା କରିଥିଲେ । ଖାନଙ୍କ ଭୂମିକା ଛୋଟ ଥିଲା କିନ୍ତୁ ପରେ ଶାହରୁଖ ଖାନ ଯେଉଁଭଳି ଭାବରେ ଅଭିନୟ କରିଥିଲେ ତାଙ୍କର ଭୂମିକା ବଢ଼ାଇ ଦିଆଯାଇଥିଲା ଓ ସନି ଦେଓଲଙ୍କୁ ଅନେକ ସ୍ଥାନ ହରାଇଲେ । ଆଜି ବି ସନ୍ନି ଶାହାରୁଖଙ୍କ ଉପରେ ରାଗିଥିବା କୁହାଯାଉଛି ।ଶାହାରୁଖ ଖାନ ଓ ଗୌରୀନ୍କ ପ୍ରକୃତ ପ୍ରେମ କାହାଣୀ ଏକ ଫିଲ୍ମ କାହାଣୀ ପରି । ଉଭୟଙ୍କ ଧର୍ମକୁ ଅଲଗା କରିବା କଷ୍ଟସାଧ୍ୟ ନଥିଲା ଓ ଉଭୟଙ୍କ ବିବାହରେ ଅନେକ ସମସ୍ୟା ଦେଖାଦେଇଥିଲା କିନ୍ତୁ କିଙ୍ଗ ଖାନ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ । ଶାହାରୁଖ ଖାନ ପ୍ରଥମ ଥର ପାଇଁ ୫ ମିନିଟ ପାଇଁ ଗୌରୀଙ୍କୁ ଭେଟିଥିଲେ । ବିଶେଷ କଥା ହେଉଛି ସେହି ସମୟରେ ଗୌରୀଙ୍କୁ ୧୪ ବର୍ଷ ଓ ଶାହରୁଖ ଖାନଙ୍କୁ ୧୮ ବର୍ଷ ହୋଇଥିଲା । ୨୫ ଅକ୍ଟୋବର ୧୯୯୧ ରେ ଦୁହେଁ ଲଭ ମେରେଜ କରିଥିଲେ ।
ଶାହାରୁଖ ଖାନ ଓ ଗୌରୀଙ୍କ ପ୍ରକୃତ ପ୍ରେମ କାହାଣୀ ଏକ ଫିଲ୍ମ କାହାଣୀ ପରି । ଉଭୟଙ୍କ ଧର୍ମକୁ ଅଲଗା କରିବା କଷ୍ଟସାଧ୍ୟ ନଥିଲା ଓ ଉଭୟଙ୍କ ବିବାହରେ ଅନେକ ସମସ୍ୟା ଦେଖାଦେଇଥିଲା କିନ୍ତୁ କିଙ୍ଗ ଖାନ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ । ଶାହାରୁଖ ଖାନ ପ୍ରଥମ ଥର ପାଇଁ ୫ ମିନିଟ ପାଇଁ ଗୌରୀଙ୍କୁ ଭେଟିଥିଲେ । ବିଶେଷ କଥା ହେଉଛି ସେହି ସମୟରେ ଗୌରୀଙ୍କୁ ୧୪ ବର୍ଷ ଓ ଶାହରୁଖ ଖାନଙ୍କୁ ୧୮ ବର୍ଷ ହୋଇଥିଲା । ୨୫ ଅକ୍ଟୋବର ୧୯୯୧ ରେ ଦୁହେଁ ଲଭ ମେରେଜ କରିଥିଲେ । ଶାହାରୁଖ ଖାନ କେବଳ ବଲିଉଡର କିଙ୍ଗ ନୁହଁନ୍ତି ବରଂ ଏପରି ଏକ ବ୍ୟକ୍ତି ହୋଇସାରିଛନ୍ତି ଯାହାକୁ ଦେଖି ସ୍ୱପ୍ନକୁ ନେଇରେ ବିଶ୍ୱାସ କରିବାକୁ ସାହସ ମିଳିଥାଏ । ସେ ଯାହାକୁ ଚାହାଁନ୍ତି, ତାଙ୍କୁ ଏପରି ଭାବେ ପାଇବାକୁ ଚାହାନ୍ତି ଯେ ପୁରା ଦୁନିଆ ତାଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସନ୍ତି । କିନ୍ତୁ ଏଠାରେ ଏହି ସ୍କ୍ରିପ୍ଟରେ ଟିକିଏ ଟୁଇଷ୍ଟ ଅଛି ଯେ କିଙ୍ଗ ଖାନ ଶାହରୁଖ ସର୍ବଦା କିଙ୍ଗ ନୁହଁନ୍ତି । ତାଙ୍କ କରିୟର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏପରି ଅନେକ ଫିଲ୍ମ ଆସିଛି ଯେଉଁଠାରେ ଶାହରୁଖ ଦ୍ୱିତୀୟ କିମ୍ବା ତୃତୀୟ ହିରୋ ହୋଇଛନ୍ତି ଓ ତାଙ୍କ ସହ ମୁଖ୍ୟ ଭୂମିକାରେ ସଲମାନ, ଆମୀର, ରଣବୀର କପୁର, ଜ୍ୟାକି ଶ୍ରଫ ଓ ଅମିତାଭ ବଚ୍ଚନ ନଜର ଆସିଛନ୍ତି । କିନ୍ତୁ ଚର୍ଚ୍ଚାରେ ଶାହାରୁଖ ଭୂମିକା ରହିଛି ।
ଶାହାରୁଖ ଖାନ କେବଳ ବଲିଉଡର କିଙ୍ଗ ନୁହଁନ୍ତି ବରଂ ଏପରି ଏକ ବ୍ୟକ୍ତି ହୋଇସାରିଛନ୍ତି ଯାହାକୁ ଦେଖି ସ୍ୱପ୍ନକୁ ନେଇରେ ବିଶ୍ୱାସ କରିବାକୁ ସାହସ ମିଳିଥାଏ । ସେ ଯାହାକୁ ଚାହାଁନ୍ତି, ତାଙ୍କୁ ଏପରି ଭାବେ ପାଇବାକୁ ଚାହାନ୍ତି ଯେ ପୁରା ଦୁନିଆ ତାଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସନ୍ତି । କିନ୍ତୁ ଏଠାରେ ଏହି ସ୍କ୍ରିପ୍ଟରେ ଟିକିଏ ଟୁଇଷ୍ଟ ଅଛି ଯେ କିଙ୍ଗ ଖାନ ଶାହରୁଖ ସର୍ବଦା କିଙ୍ଗ ନୁହଁନ୍ତି । ତାଙ୍କ କରିୟର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏପରି ଅନେକ ଫିଲ୍ମ ଆସିଛି ଯେଉଁଠାରେ ଶାହରୁଖ ଦ୍ୱିତୀୟ କିମ୍ବା ତୃତୀୟ ହିରୋ ହୋଇଛନ୍ତି ଓ ତାଙ୍କ ସହ ମୁଖ୍ୟ ଭୂମିକାରେ ସଲମାନ, ଆମୀର, ରଣବୀର କପୁର, ଜ୍ୟାକି ଶ୍ରଫ ଓ ଅମିତାଭ ବଚ୍ଚନ ନଜର ଆସିଛନ୍ତି । କିନ୍ତୁ ଚର୍ଚ୍ଚାରେ ଶାହାରୁଖ ଭୂମିକା ରହିଛି । ବର୍ଷ ୧୯୯୫ ରେ ଆସିଥିବା ଫିଲ୍ମ କରଣ-ଅର୍ଜୁନରେ ମଧ୍ୟ ସଲମାନ ଖାନ ମୁଖ୍ୟ ଭୂମିକାରେ ଥିଲେ । ସେ କରଣ ଭୂମିକାରେ ଥିଲେ ଓ ଅର୍ଜୁନ ଶାହାରୁଖ ଖାନ ହୋଇଥିଲେ ଦ୍ୱିତୀୟ ଲିଡ୍ ରୋଲରେ ଥିଲେ । ତଥାପି ଶାହରୁଖ ଖାନଙ୍କ କାର୍ଯ୍ୟକୁ ଅଧିକ ପ୍ରଶଂସା କରାଯାଇଥିଲା । ୨୦୧୬ ରେ ‘ଏ ଦିଲ୍ ହେ ମୁସ୍କିଲ ଏହି ଫିଲ୍ମରେ ଶାହରୁଖ ଖାନ ମଧ୍ୟ ଦ୍ୱିତୀୟ ଲିଡ୍ ରୋଲରେ ନଜର ଆସିଥିଲେ ଓ ରଣବୀର କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଐଶ୍ଵର୍ଯ୍ୟା ରାୟଙ୍କ ସ୍ୱାମୀ ଭୂମିକାରେ ଶାହରୁଖ ଅଭିନୟ କରିଥିଲେ । ଏହି ସମୟରେ ଅନୁଷ୍କା ଶର୍ମା ରଣବୀର କପୁରଙ୍କ ସହ ନଜର ଆସିଥିଲେ ।
ବର୍ଷ ୧୯୯୫ ରେ ଆସିଥିବା ଫିଲ୍ମ କରଣ-ଅର୍ଜୁନରେ ମଧ୍ୟ ସଲମାନ ଖାନ ମୁଖ୍ୟ ଭୂମିକାରେ ଥିଲେ । ସେ କରଣ ଭୂମିକାରେ ଥିଲେ ଓ ଅର୍ଜୁନ ଶାହାରୁଖ ଖାନ ହୋଇଥିଲେ ଦ୍ୱିତୀୟ ଲିଡ୍ ରୋଲରେ ଥିଲେ । ତଥାପି ଶାହରୁଖ ଖାନଙ୍କ କାର୍ଯ୍ୟକୁ ଅଧିକ ପ୍ରଶଂସା କରାଯାଇଥିଲା । ୨୦୧୬ ରେ ‘ଏ ଦିଲ୍ ହେ ମୁସ୍କିଲ ଏହି ଫିଲ୍ମରେ ଶାହରୁଖ ଖାନ ମଧ୍ୟ ଦ୍ୱିତୀୟ ଲିଡ୍ ରୋଲରେ ନଜର ଆସିଥିଲେ ଓ ରଣବୀର କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଐଶ୍ଵର୍ଯ୍ୟା ରାୟଙ୍କ ସ୍ୱାମୀ ଭୂମିକାରେ ଶାହରୁଖ ଅଭିନୟ କରିଥିଲେ । ଏହି ସମୟରେ ଅନୁଷ୍କା ଶର୍ମା ରଣବୀର କପୁରଙ୍କ ସହ ନଜର ଆସିଥିଲେ । ଡ଼ିଅର ଜିନ୍ଦେଗି ଫିଲ୍ମରେ ମଧ୍ୟ ଶାହାରୁଖ ଖାନ ଲିଡ୍ ରୋଲରେ ନଥିଲେ । ଆଲିଆ ଭଟ୍ଟ ଏହି ଫିଲ୍ମରେ ଲିଡ ରୋଲରେ ଥିଲେ ଓ ନିଶ୍ଚିତ ଭାବେ ଶାହରୁଖ ଖାନଙ୍କ ଚରିତ୍ର ଦ୍ୱିତୀୟ ଲିଡ୍ ଭାବରେ ଲେଖାଯାଇଥିଲା । ଏହା ଏକ ଭିନ୍ନ କଥା ଯେ ଶାହରୁଖ ପ୍ରତ୍ୟେକ ଥର ପରି ଏହି ଫିଲ୍ମରେ ଅଭିନୟ କରି ନିଜକୁ ପ୍ରମାଣ କରିଥିଲେ । ଡ଼ିଅର ଜିନ୍ଦେଗି ଫିଲ୍ମରେ ମଧ୍ୟ ଶାହାରୁଖ ଖାନ ଲିଡ୍ ରୋଲରେ ନଥିଲେ । ଆଲିଆ ଭଟ୍ଟ ଏହି ଫିଲ୍ମରେ ଲିଡ ରୋଲରେ ଥିଲେ ଓ ନିଶ୍ଚିତ ଭାବେ ଶାହରୁଖ ଖାନଙ୍କ ଚରିତ୍ର ଦ୍ୱିତୀୟ ଲିଡ୍ ଭାବରେ ଲେଖାଯାଇଥିଲା । ଏହା ଏକ ଭିନ୍ନ କଥା ଯେ ଶାହରୁଖ ପ୍ରତ୍ୟେକ ଥର ପରି ଏହି ଫିଲ୍ମରେ ଅଭିନୟ କରି ନିଜକୁ ପ୍ରମାଣ କରିଥିଲେ ।