ବିଶିଷ୍ଟ ଶିକ୍ଷାବିତ ତଥା ବରିଷ୍ଟ ନାଗରିକଙ୍କ ବିୟୋଗରେ ଶୋକର ଛାୟା
ନବରଙ୍ଗପୁର : ନବରଙ୍ଗପୁର ସହରର ଜଣେ ସୁନାମଧନ୍ୟ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକଙ୍କ ୭୩ ବର୍ଷରେ ପରଲୋକ ଘଟିଛି । ନବରଙ୍ଗପୁର ସହର ଦାରୁବନ୍ଧ ସାହି ସ୍ଥିତ ତାଙ୍କ ବାସଭବନରେ ମଙ୍ଗଳବାର ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଛି । ସେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ ଅବସର ଗ୍ରହଣ କରିଥିଲେ । ସେ ଜଣେ ମେଳାପି ଓ ପରୋପକାରୀ ବ୍ୟକ୍ତି ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ବିଭିନ୍ନ ସମାଜସେବା ସଙ୍ଗଠନ ସହ ଯୋଡ଼ିତ ରହିବା ସହ ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରୀ ସଭ୍ୟ ରୂପେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗରେ ତାଙ୍କ ପୂର୍ବତନ ଛାତ୍ର ମାନେ ଶୋକ ପ୍ରକୋଟ କରିଛନ୍ତି । ତାଙ୍କ ଶେଷ କୃତ୍ୟ ଇନ୍ଦ୍ରାବତୀ ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଥିଲା ।