ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ; ନିର୍ମାଣ କାମ, ଭାରୀଯାନ ଯାତାୟତ ଉପରେ ଲାଗିଲା କଟକଣା
- ୪୦୦ ଟପିଲା ଏକ୍ୟୁଆଇ, ଦୁଇଦିନ ସ୍କୁଲ୍ ବନ୍ଦ କଲେ ସରକାର
ମୁମ୍ଵାଇ ୦୩।୧୧: ବର୍ତ୍ତମାନ ଦିଲ୍ଲୀରେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ବାୟୁର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୪୦୦ ଅତିକ୍ରମ କରିଛି। ଅର୍ଥାତ୍ ବର୍ତ୍ତମାନ ଦିଲ୍ଲୀ-ଏନସିଆରର ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଦୀପାବଳି ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏତେ ବଢିଛି ଯେ ଅତି ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ ଟ୍ରକ୍ ପ୍ରବେଶକୁ ନିଷେଧ କରାଯାଇଛି। ଗ୍ରେଡେଡ୍ ରେସ୍ପନ୍ସ ପ୍ଲାନ୍ର ତୃତୀୟ ପର୍ଯ୍ୟାୟରେ ଆହୁରି କେତେକ କଟକଣା ଲାଗୁ ହେବାକୁ ଯାଉଛି। ଏହି କାରଣରୁ, ରାଜଧାନୀରେ ଫେଜ୍ ରେସପନ୍ସ ଆକ୍ସନ ପ୍ଲାନ୍ ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଛି ।
ଏଜେନ୍ସି IANS ଅନୁଯାୟୀ, ଦିଲ୍ଲୀର AQI ଗୁରୁବାର ଦିନ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରେକର୍ଡ କରାଯାଇଥିଲା। ଦିଲ୍ଲୀରେ ଅନାବଶ୍ୟକ ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ରାଜଧାନୀ ଦିଲ୍ଲୀରେ ହାଲୁକା ବ୍ୟବସାୟିକ ଯାନ ଏବଂ ଡିଜେଲ ଟ୍ରକ୍ ମଧ୍ୟ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ପରିପ୍ରେକ୍ଷୀରେ, ବିଦ୍ୟାଳୟ ଗୁଡ଼ିକୁ ବର୍ତ୍ତମାନ ଅନଲାଇନ୍ ପାଠ ପଢାଯିବା ନେଇ କୁହାଯାଇଛି।
ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ଏକ ନିୟମକାରୀ ସଂସ୍ଥା ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ବାୟୁ ଗୁଣବତ୍ତା ସ୍ଥିତିର ସମୀକ୍ଷା ପାଇଁ ଏକ ବୈଠକ କରିଥିଲା। ଏହା ସହିତ ଗୁଣାତ୍ମକ ପରିସ୍ଥିତି ଏବଂ ପାଣିପାଗ ବିଭାଗ ଏବଂ ଦିଲ୍ଲୀର ବିଷାକ୍ତ ବାୟୁ ସମୀକ୍ଷା କରାଯାଇଥିଲା। ବୈଠକରେ କୁହାଯାଇଛି ଯେ ନଭେମ୍ବର ୨ ରେ ସକାଳ ୧୦ ଟାରୁ ଦିଲ୍ଲୀର AQI ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ସୁଦ୍ଧା ୩୯୨ ରେ AQI ରେକର୍ଡ କରାଯାଇଛି । ଏହା ବ୍ୟତୀତ ଦିଲ୍ଲୀର ହାରାହାରି AQI ଅପରାହ୍ନ ୫ ଟା ୪୦୨ ଥିଲା। ଏହା ବାୟୁ ଗୁଣବତ୍ତା ସୂଚକାଙ୍କର ସବୁଠାରୁ ବିପଜ୍ଜନକ ସ୍ତର ।
ବାୟୁ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନେକ କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର । ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଦୁଇ ଦିନ ପାଇଁ ବନ୍ଦ କରିବାକୁ ଦିଲ୍ଳୀ ସରକାର ଘୋଷଣା କରିଛନ୍ତି। ଅନ୍ଲାଇନରେ ପାଠପଢ଼ା ଲାଗି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ସରକାର ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରିଛନ୍ତି। କେବଳ ନିର୍ମାଣ କାର୍ଯ୍ୟ ନୁହେଁ, ଭଙ୍ଗାରୁଜା କାର୍ଯ୍ୟ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏଥିସହିତ ଜାତୀୟ ରାଜଧାନୀ ଭିତରକୁ ହାଲ୍କା ବାଣିଜ୍ୟିକ ଯାନ ଏବଂ ଡିଜେଲ୍ ଟ୍ରକ ପ୍ରବେଶକୁ ବନ୍ଦ ଘୋଷଣା କରିଛନ୍ତି। ଅନଲାଇନ୍ରେ ପିଲାଙ୍କୁ ପାଠ ପଢ଼ାଇବା ଲାଗି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଦୁଇଦିନ ପର୍ଯ୍ୟନ୍ତ ବିଦ୍ୟାଳୟଙ୍କୁ ନଆସିବା ଲାଗି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।
ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ପ୍ରଦୂଷଣ ସ୍ତର ଆହୁରି ଖରାପ ହେବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି। ଅନେକ ଅଞ୍ଚଳରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରିସାରିଛି। ପ୍ରଦୂଷଣର ମାତ୍ରା ବଢିବା ଦ୍ୱାରା ଶିଶୁ ଓ ବୟସ୍କଙ୍କଠାରେ ଆଜ୍ମା ଓ ଫୁସଫୁସ ସମସ୍ୟା ବଢ଼ିଯିବ ବୋଲି ଡାକ୍ତରମାନେ ଆଶଙ୍କା କରୁଛନ୍ତି।