ବାଲେଶ୍ୱର : କ୍ରାନ୍ତି ପୁରୁଷ ବନମାଳୀ ଦାସଙ୍କ ୧୦୪ତମ ଜନ୍ମ ଦିବସ ଉପଲକ୍ଷେ ଆଲୋଚନା ସଭା
ନୀଳଗିରି : ନୀଳଗିରି ପ୍ରଜା ଆନ୍ଦୋଳନ ହେଉଛି ଏହି ଗୌରବମୟ ଇତିହାସର ସ୍ରଷ୍ଟା ଓ ବନମାଳୀ ଦାସ ହେଉଛନ୍ତି ପ୍ରଜା ଆନ୍ଦୋଳନର ଅଦ୍ୱିତୀୟ ନେତା । ବନମାଳୀ ଦାସ କେବଳ ପ୍ରଜା ଆନ୍ଦୋଳନ ର କିମ୍ବଦନ୍ତୀ ନେତା ନ ଥିଲେ, ସେ ଥିଲେ ସ୍ୱାଧୀନତା ସଂଗ୍ରାମୀ , ଓଡ଼ିଶାର ଜଣେ ଆଗଧାଡ଼ିର କମ୍ୟୁନିଷ୍ଟ ନେତା । ବନମାଳୀ ଦାସ ପାଇଁ ନୀଳଗିରି ଆଜି ସାରା ଦେଶରେ ପରିଚିତ । ବନମାଳୀ ଦାସ ଙ୍କ ୧୦୪ତମ ଜନ୍ମ ଦିବସ ଉପଲକ୍ଷେ ନୀଳଗିରି ସିପିଆଇଏମ କାର୍ଯ୍ୟାଳୟରେ ରାମଚନ୍ଦ୍ର ସ ଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସମସ୍ତ କର୍ମୀ ବନମାଳୀ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଉପସ୍ଥିତ ଅତିଥିମାନେ ବନମାଳୀ ଦାସ ଙ୍କ ଗୁଣ ଗାନ କରିବା ସହିତ ନୀଳଗିରି ପାଇଁ ତାଙ୍କର ଅବଦାନ ବାବଦରେ ବଖାଣିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅମରେନ୍ଦ୍ର ନାୟକ, ରଥ ସିଂ, ଦିବାକର ବାରିକ, ବିଜୟ ପାତ୍ର, ସୀତାଂଶୁ ସେନାପତି, ପ୍ରେମରଂଜନ ପାତ୍ର, ସତ୍ୟଜିତ ଦାସ, ଷ୍ଟାଲିନ ମିଶ୍ର, ଜ୍ୟୋର୍ତିମୟୀ ରାଉତ ପ୍ରମୁଖ ଉପସ୍ଥିତ ରହି ବନମାଳୀ ଦାସ ଙ୍କ ଗୁଣ ଗାନ କରିଥିଲେ ।