ମହାନଦୀବିହାର ମହିଳା ସମିତି ପକ୍ଷରୁ ହାପିନେସ୍ ଇଣ୍ଡେକ୍ସ ଉପରେ ଆଲୋଚନାଚକ୍ର
କଟକ : ମହାନଦୀବିହାର ମହିଳା ସମିତି ପକ୍ଷରୁ ସ୍ଥାନୀୟ ମହାନଦୀ ଭବନଠାରେ ହାପିନେସ୍ ଇଣ୍ଡେକ୍ସ ଉପରେ ଏକ ଆଲୋଚନା ଚକ୍ର ସଭାନେତ୍ରୀ ଇନ୍ଦୁ ଦାଶଙ୍କ ପୈାରୋହିତ୍ୟରେa ଅନୁଷ୍ଠିତ ହୋଇଯାଇଛି । ସାଂପ୍ରତିକ ଜୀବନଶୈଳୀରେ ସୁଖ ଓ ଆନନ୍ଦ ପାଇଁ କି ପ୍ରକାର ଆଚରଣ କରିବା ବିଧେୟ ସେ ସଂପର୍କରେ ଆଲୋଚିକା ଡ. ଅର୍ପିତା ପ୍ରିୟଦର୍ଶିନୀ ତ୍ରିପାଠୀ ତାତ୍ୱିକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ସାଂସ୍କୃତିକ ପରିଷଦର ସଭାପତି ଇଂ ଗୋପାଳକୃଷ୍ଣ ବେହେରା, ଏମଡିଏର ସଭାପତି ରବି ଶତପଥୀ, ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ, ସମିତିର ଉପଦେଷ୍ଟା ମାଳତୀ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ନମିତା ଦାଶ ଓ ମଧୁସ୍ମିତା ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ବାସନ୍ତୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଇନ୍ସ ଅଫ୍ ଆୱାରେ ଲିଭିଂ ପରିବାର ଓ ଏମଡିଏର ସହ ସଂପାଦକ ହିମାଂଶୁ ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।