ଗୋ-ଚାଲାଣ ବେଳେ ଦୁଇଟି କଣ୍ଟେନର ଜବତ

କାଲିମେଳା : ମାଲକାନଗିରି ଏମ୍.ଭି.-୭୯ ଥାନା ସମ୍ମୁଖରୁ ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ l ଏମ୍.ଭି-୭୯ ଥାନା ଆଗରେ ଚେକିଂ କରିବା ସମୟରେ ଜବତ କରିଥିଲା ପୋଲିସ l ନବରଙ୍ଗପୁରରୁ ହାଇଦ୍ରାବାଦକୁ ଚାଲାଣ ହେଉଥିଲା ଗୋରୁ l ୧୦୦ରୁ ଉର୍ଦ୍ଧ୍ବ ଗୋରୁ କଣ୍ଟେନର ରେ ରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ l କଣ୍ଟେନର ଜବତ କରିବା ସହ ଅଧିକ ପଚରା ଉଚରା କରୁଛି ଏମ୍. ଭି-୭୯ ଥାନା ପୋଲିସ l